ବରଗଡ:ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ସାଧାରଣ ଲୋକଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ପେଟ୍ରୋଲ ଓ ଡିଜେଲର ଏପରି ଦର ବୃଦ୍ଧିକୁ ବିରୋଧ କରି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇକେଲ ରାଲି କରାଯାଇଛି ।
ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି,ନାରୀ ନିର୍ଯ୍ୟାତନା ଓ ଚାଷୀ ଆତ୍ମହତ୍ୟାକୁ ଘୋର ନିନ୍ଦା କରିଛି ବରଗଡ ଜିଲ୍ଲା କଂଗ୍ରେସ । ଏହାର ଘୋର ପ୍ରତିବାଦ କରି ଏକ ସାଇକେଲ ରାଲିରେ ବାହାରିଛି ଜିଲ୍ଲା କଂଗ୍ରେସ ।