ଓଡିଶା

odisha

By

Published : Aug 10, 2020, 6:26 PM IST

ETV Bharat / state

ଚାଷର ଘରୋଇକରଣ ନୀତିକୁ ବିରୋଧ, ଆନ୍ଦୋଳନରେ ବରଗଡ ଚାଷୀ

ଜିଲ୍ଲାର ଗାନ୍ଧୀ ଛକଠାରେ ସୋମବାର ଜୟ କିଷାନ ଆନ୍ଦୋଳନର ଶତାଧିକ ଚାଷୀ ଏକତ୍ରିତ ହୋଇ ଚାଷର ଘରୋଇକରଣ ନୀତିକୁ ତୀବ୍ର ବିରୋଧ କରିଛନ୍ତି ।

protest against  privatization
ଚାଷର ଘରୋଇକରଣ ନୀତିକୁ ବିରୋଧ

ବରଗଡ: ଜିଲ୍ଲାର ଗାନ୍ଧୀ ଛକଠାରେ ସୋମବାର ଜୟ କିଷାନ ଆନ୍ଦୋଳନର ଶତାଧିକ ଚାଷୀ ଏକତ୍ରିତ ହୋଇ ଚାଷର ଘରୋଇକରଣ ନୀତିକୁ ତୀବ୍ର ବିରୋଧ କରିଛନ୍ତି । 3 ଦଫା ଦାବି ନେଇ ଚାଷ କ୍ଷେତ୍ରରେ ଘରୋଇକରଣ ସହ ‘ଗୋଟିଏ ଦେଶ ଗୋଟିଏ ମଣ୍ଡି’ ନାଁରେ ଚାଷୀଙ୍କୁ ଅଗାମୀ ଦିନରେ ଶୋଷଣର ଏକ ପ୍ରାକ ଯୋଜନା କରାଯାଉଥିବା ଅଭିଯୋଗ ନେଇ ଜୟ କିଷାନର ଶତାଧିକ ଚାଷୀ ଆନ୍ଦୋଳନକୁ ଓହଲ୍ଲାଇଛନ୍ତି ।

ଚାଷର ଘରୋଇକରଣ ନୀତିକୁ ବିରୋଧ

ଘରୋଇକରଣ ନୀତି ଲାଗୁ କରାଗଲେ କୃଷିଜାତ ଦ୍ରବ୍ୟର ମଣ୍ଡି ବ୍ୟବସ୍ଥା ଅବ୍ୟବସ୍ଥା ଆଡକୁ ଗତି କରିବ । ଚାଷୀ ସ୍ବଳ୍ପ ଦରରେ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରୁ ଧାନ, ଗହମ, ଆଳୁ, ପିଆଜ, ଡାଲି ଓ ତେଲକୁ ବାଦ ଦିଆଯିବା ଫଳରେ ଖାଉଟି ଓ ଚାଷୀ ଉଭୟ ଶୋଷଣର ଶିକାର ହେବେ ବୋଲି ଜୟ କିଷାନ ଆନ୍ଦୋଳନର ବରିଷ୍ଠ ଚାଷୀନେତା ଲିଙ୍ଗରାଜ ସୂଚନା ଦେଇଛନ୍ତି । ଯଦି ଘରୋଇକରଣ ନୀତିକୁ ପ୍ରତ୍ୟାହାର ନକରାଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details