ଓଡିଶା

odisha

ETV Bharat / state

ସମର୍ଥକ ପାଳିଲେ ବିଜୟଙ୍କ ବିଜୟ ଉତ୍ସବ

ପଦ୍ମପୁର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କ ପାଇଁ ବିଜୟ ଉତ୍ସବ ପାଳିଲେ ସମର୍ଥକ । ୬୩୫୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

By

Published : May 25, 2019, 10:05 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ

ବରଗଡ : ପଦ୍ମପୁର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ୬୩୫୫ ଭୋଟରେ ବିଜୟୀ ହେଲା ପରେ ଆଜି ପଦ୍ମପୁରରେ ଏକ ବିଶାଳ ବିଜୟ ଶୋଭାଯାତ୍ରା କରାଯାଇଛି । ହଜାର ହଜାର ଲୋକ ଓ ବିଜେଡି କର୍ମୀଙ୍କ ଏହି ଶୋଭାଯାତ୍ରା ପଦ୍ମପୁର ସହର ପରିକ୍ରମା କରିଥିଲା ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଦଳର ପ୍ରଦୀପ ପୁରୋହିତଙ୍କ ଠାରୁ ୪୫୧୩ ଭୋଟରେ ପରାଜୟ ହୋଇଥିଲେ ବିଜୟ । ବରଗଡ ଜିଲ୍ଲାର ପାଞ୍ଚଟି ବିଧାନସଭା ମଧ୍ୟରୁ ଭଟଲି, ବରଗଡ ଓ ଅତାବିରା ଆସନକୁ ବିଜେଡି ଦଳ ଅକ୍ତିଆର କରିଥିବାବେଳେ ବିଜେପୁର ଆସନକୁ କଂଗ୍ରେସ ଦଳ ଓ ପଦ୍ମପୁର ଆସନକୁ ବିଜେପି ଦଳ ଅକ୍ତିଆର କରିଥିଲେ |

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବରଗଡ

ତେବେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ପଦ୍ମପୁର ବିଧାନସଭା ଆସନକୁ ବିଜେଡି ଦଳ କବଜା କରିବାରେ ସଫଳ ହୋଇପାରିଛି । ପଦ୍ମପୁର ବିଧାନସଭାରେ ପ୍ରଦୀପ ପୁରୋହିତ ୭୬୧୩୫ ଭୋଟ ଅଧିକାର କରିଥିବାବେଳେ ବିଜେଡି ଦଳର ବିଜୟ ରଞ୍ଜନ ସିଂ ବରିହାଙ୍କୁ ୮୨୪୯୦ ଭୋଟ ମିଳିଥିଲା । ତେବେ ଶ୍ରୀ ବରିହା ୬୩୫୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇ ପଦ୍ମପୁର ଆସନକୁ ନିଜ ଅକ୍ତିଆରରେ ଆଣିଛନ୍ତି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details