ବରଗଡ:ପ୍ରଶାସନିକ ସେବା ପରୀକ୍ଷା ଫଳରେ ବରଗଡ଼ ଜିଲ୍ଲା ପଦ୍ମପୁରର ପ୍ରାଚୁର୍ଯ୍ୟ ପ୍ରଧାନଙ୍କ ସଫଳତା । ଶହେ ପ୍ରତିଶତ ଦୃଷ୍ଟି ବାଧିତ ହୋଇଥିଲେ ହେଁ ଏଭଳି ସଫଳତା ପାଇ ଆଜି ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ହୋଇପାରିବ ନାହିଁ । ଏହି ସଫଳତା ହାସଲ କରିବାକୁ ପ୍ରାଚୁର୍ଯ୍ୟଙ୍କୁ ଭିନ୍ନ ଧରଣରେ ପ୍ରସ୍ତୁତି କରିବାକୁ ପଡ଼ିଥିଲା । ଓଏଏସ୍ ପରୀକ୍ଷା ପାଇଁ ସେ ଏକ ସ୍ବତନ୍ତ୍ର ସଫ୍ଟୱେୟାର ସହାୟତାରେ କମ୍ପ୍ୟୁଟର୍ରୁ ଶୁଣି ପ୍ରସ୍ତୁତି ଚଳାଇଥିଲେ । ଶତପ୍ରତିଶତ ଦୃଷ୍ଟିହୀନ ଥିଲେ ହେଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ବଳରେ ସେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।
ପିଲାଟି ଦିନରୁ ଜନ୍ମାନ୍ଧ ହୋଇ ମଧ୍ୟ କେବେ ହାର ମାନି ନ ଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସତିଭଟା ଗ୍ରାମର ପ୍ରଧ୍ୟାପକ ରବିରଞ୍ଜନ ପ୍ରଧାନ ମାତା ଜୟନ୍ତୀ ପ୍ରଧାନଙ୍କ ପୁତ୍ର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ । ଓଡ଼ିଶା ପ୍ରଶାସନୀକ ସେବା (ଓଏଏସ)୨୦୨୦ ରେ ୨୯୨ ରାଙ୍କରେ କୃତକାର୍ଯ୍ୟ ହୋଇ ପଦ୍ମପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ.କମ ଥିବାବେଳେ ସେ ବର୍ତ୍ତମାନ ରେଭେନ୍ସା କଲେଜରେ ପି.ଏଚ.ଡି କରୁଛନ୍ତି । ତାହା ସହିତ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।