ଓଡିଶା

odisha

By

Published : Jul 6, 2021, 8:22 AM IST

ETV Bharat / state

ଆସନ୍ତା 4 ଦିନ ବରଗଡ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ

ଆସନ୍ତା 4 ଦିନ ପର୍ଯ୍ୟନ୍ତ ବରଗଡ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଆସନ୍ତା 4 ଦିନ ବରଗଡ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ
ଆସନ୍ତା 4 ଦିନ ବରଗଡ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ

ବରଗଡ:ଆସନ୍ତା 4 ଦିନ ଧରି ବରଗଡ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ । ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ଦିନ ପ୍ରତି 3 ଘଣ୍ଟାରେ ଏକ ଘଣ୍ଟା ଯାଏଁ ବିଦ୍ୟୁତ କାଟ ହେବ । ଦିନକୁ 6ଘଣ୍ଟା ଧରି ବରଗଡ ଜିଲ୍ଲାରେ ବିଦ୍ୟୁତ କାଟ ହେବ ବୋଲି ସୂଚନା ଦିଆଯାଇଛି ।

ଆସନ୍ତା 4 ଦିନ ବରଗଡ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ

ତେବେ ସମ୍ବଲପୁର ସ୍ଥିତ ଚିପିଲିମା ପାୱାର ହାଉସ ମରାମତି କାମ ଯୋଗୁଁ ବରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ୪ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ। ଓଏଚପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମଭିଏ କ୍ଷମତା ବିଶିଷ୍ଟ ନୂଆ ପାୱାର ବ୍ରେକର ସ୍ଥାପନ କରାଯିବ । ଏହି କାରଣରୁ ୭ ତାରିଖ ସକାଳ ୮ଟାରୁ ୧୦ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବରଗଡ ସର୍କଲର ଖୁଣ୍ଟୁଲିପାଲି, ଗଣ୍ଡତୁରୁମ, ମହୁଲପାଲି ଓ ଧାତୁକପାଲି ଅଞ୍ଚଳରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବ ।

ପ୍ରତି ୩ ଘଣ୍ଟାରେ ଥରେ ଏକଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ ବୋଲି ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟେ ଦିନରେ 24 ମେଗାୱାଟ ବିଦ୍ୟୁତ ଆବଶ୍ୟକ ହେଉଥିବା ବେଳେ 16 ମେଗାୱାଟ ବିଦ୍ୟୁତ ଯୋଗେଇ ଦିଆଯିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details