ବରଗଡ: ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ । ବରଗଡ ବ୍ଲକ ବରାହଗୁଡ଼ା ବ୍ରାଞ୍ଚ ପୋଷ୍ଟ ଅଫିସର ସହକାରୀ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକଙ୍କ ନିଜେ ଟଙ୍କା ହଡପ କରିଥିବା ସ୍ବୀକାର କରିଛନ୍ତି । ଏହି ବ୍ରାଞ୍ଚରେ ୧୦୦୦ରୁ ଅଧିକ ଜମାକାରୀଙ୍କ ଖାତା ଥିବା ବେଳେ ପାଖାପାଖି ୨୦୦ ଜମାକାରୀଙ୍କ ଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଥିବା ସୂଚନା ମିଳିଛି । ସହକାରୀ ପୋଷ୍ଟ ମାଷ୍ଟରଙ୍କୁ ଡାକ ବିଭାଗ ତରଫରୁ ନିଲମ୍ବନ କରାଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ସେହିପରି ପୋଷ୍ଟ ମାଷ୍ଟର କହ୍ନେୟା ଲାଲ ଭୋଇଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।
ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ହଡପ, 2 ନିଲମ୍ବିତ - ୯ ଲକ୍ଷରୁ ଅଧିକ ଟଙ୍କା ହଡପ
ବରାହଗୁଡ଼ା ବ୍ରାଞ୍ଚ ପୋଷ୍ଟ ଅଫିସର ସହକାରୀ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ୯ ଲକ୍ଷରୁ ଅଧିକ ଟଙ୍କା ହଡପ କରିଥିବା ସ୍ବୀକାର କରିଛନ୍ତି । ଏହି ଘଟଣାରେ ପୋଷ୍ଟମାଷ୍ଟର ଓ ସହକାରୀ ପୋଷ୍ଟମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି ।
ବରଗଡ ଟାଉନ ଥାନା ଅନ୍ତର୍ଗତ ବାରହାଗୁଡ଼ା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ବହୁ ଚାଷୀ ସୁକନ୍ୟା ଯୋଜନା, ଆରଡି ଓ ସଞ୍ଚୟ ଖାତା ଖୋଲି ଅର୍ଥ ଜମା କରିଆସୁଥିଲେ । ମାତ୍ର ଜମାକାରୀଙ୍କ ଖାତାରେ ପୋଷ୍ଟ ଅଫିସର ଷ୍ଟାମ୍ପ ଓ ଜମା କରାଯାଇଥିବା ଅର୍ଥର ପରିମାଣ ଉଲ୍ଲେଖ କରାଯାଇଥିବା ବେଳେ ଏହି ରାଶି ପୋଷ୍ଟ ଅଫିସରେ ଜମା ହୋଇନଥିଲା । ଏହାପରେ ବହୁ ଜମାକାରୀ ତୋରା ପୋଷ୍ଟ ଅଫିସକୁ ଘେରାଉ କରିଥିଲେ | ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ହଡପ କରିଥିବା ଜାଣି ଲୋକେ ତାଙ୍କୁ ବରଗଡ ଟାଉନ ଥାନାରେ ଜିମା ଦିଆଯାଇଥିଲା । ଏହାପରେ ସେଠାରେ ସେ ୭ ଲକ୍ଷ ଟଙ୍କା ଉଠାଇଥିବା ସ୍ଵୀକାର କରିଥିଲେ | ତେବେ ପୂର୍ବରୁ ଜମାକାରୀ ମାନଙ୍କର ଖାତାକୁ ସଂଗ୍ରହ କରି ରମେଶ ଖାତାରେ ପ୍ରମାଣ ଥିବା ପୃଷ୍ଠା ଗୁଡିକୁ ଚିରିଦେଇଥିବାରୁ କିପରି ଜମାକାରୀ ମାନେ ଟଙ୍କା ଫେରିପାଇବେ ସେନେଇ ଏବେ ଚିନ୍ତାରେ ପଡିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ