ଓଡିଶା

odisha

ETV Bharat / state

ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ

ଗାଇସିଲେଟ ବ୍ଲକ ଚାଣ୍ଟିପାଳି ପଞ୍ଚାୟତ ପତ୍ରାପାଳି ଗ୍ରାମର ବାସିନ୍ଦା ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ

By

Published : Oct 15, 2019, 2:30 AM IST

ବରଗଡ: ବିଜେପୁର ଉପନିର୍ବାଚନ ଆସନ୍ତା 21ରେ ହେବାକୁ ଥିବାବେଳେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗାଇସିଲେଟ ବ୍ଲକ ଚାଣ୍ଟିପାଳି ପଞ୍ଚାୟତ ପତ୍ରାପାଳି ଗ୍ରାମର ବାସିନ୍ଦା । ନେତାଙ୍କ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି କାରଣରୁ ବାଧ୍ୟହୋଇ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।

ବିଜେପୁର ନିର୍ବାଚନ ମଣ୍ଡଳୀର ଚାଣ୍ଟିପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଳି ଗ୍ରାମକୁ ରାସ୍ତାନିର୍ମାଣ ପାଇଁ ଗ୍ରାମବାସୀଙ୍କ ବହୁଦିନର ଦାବି ପୂରଣ ନହେବାରୁ ଚଳିତ ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ଏନେଇ ସୋମବାର ବରଗଡ଼ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ

ଦୀର୍ଘ 100 ବର୍ଷ ହେଲା ପତ୍ରାପାଲି ଗ୍ରାମର ରାସ୍ତା ଗୁଡିକ ଶୋଚନୀୟ ହୋଇପଡିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ ଏଠାରେ ରାସ୍ତା ନିର୍ମାଣ କରାଯାଉନାହିଁ । ବିଗତ ଦୁଇ ବର୍ଷ ମଧ୍ୟରେ ତିନୋଟି ନିର୍ବାଚନ ବିଜେପୁରରେ ହେଉଥିଲେ ମଧ୍ୟ ନେତାମନ୍ତ୍ରୀ ମାନେ କେବଳ ମିଥ୍ୟ ପ୍ରତିଶ୍ରୁତି ଦେଇ ଭୁଲିଯାଉଛନ୍ତି । ଯାହାକୁ ନେଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଗାଁରେ 382 ଜଣ ଭୋଟର ଥିବାବେଳେ ସମସ୍ତେ ସାମୂହିକ ଭୋଟ ବର୍ଜନ କରିବେ ବୋଲି ସ୍ଥିର କରିଛନ୍ତି ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details