ବରଗଡ: ବିଜେପୁର ଉପନିର୍ବାଚନକୁ ଆଖିରେ ରଖି ଆଜି(ବୁଧବାର) ବରଗଡ ଏସପିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେଉଛି । ବୈଠକରେ ପୋଲିସ ଡିଜି ବିଜୟ କୁମାର ଶର୍ମା, ଏଡିଜି ପୋଲିସ, ସିଆରପିଏଫ ଡିଆଇଜି, ପୋଲିସ ଆଇଜି ସମେତ ଉତ୍ତରାଞ୍ଚଳ ଡିଭିଜନ ସମ୍ବଲପୁର ଡିଆଇଜି ଏବଂ ଆଖପାଖ ଜିଲ୍ଲାର ସମସ୍ତ ଏସପିମାନେ ଯୋଗଦେଇଛନ୍ତି ।
ବିଜେପୁର ଉପନିର୍ବାଚନ: ବରଗଡ ଏସପିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ - bijepur byelection
ବିଜେପୁର ଉପନିର୍ବାଚନକୁ ଆଖିରେ ରଖି ଆଜି(ବୁଧବାର) ବରଗଡ ଏସପିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେଉଛି । ବୈଠକରେ ପୋଲିସ ଡିଜିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଛନ୍ତି ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
ବରଗଡ ରିଜର୍ଭ ଅଫିସ ପଡିଆରେ ହେଲିକ୍ୟାପ୍ଟରରେ ଓଡିଶା ପୋଲିସ ଡିଜି ଓ ଆଇଜି ଅବତରଣ କରିବା ପରେ ବରଗଡ ଏସପି ଅଫିସରେ ପହଞ୍ଚିଥିଲେ । ପରେ ଏଠାରେ ପୋଲିସ ଓ ସିଆରପିଏଫ ଅଫିସର ମାନଙ୍କ ବୈଠକ ହେଉଛି । ତେବେ ଏହାପରେ ବରଗଡର ବରିଷ୍ଠ ନାଗରିକମାନଙ୍କ ସହ ଡିଜି ଓ ଆଇଜି ସରକାରଙ୍କ ‘ମୋ ସରକାର’ ଯୋଜନା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ବରଗଡରୁ ରାଜେଶ୍ ସରାପ, ଇଟିଭି ଭାରତ
Last Updated : Oct 9, 2019, 12:57 PM IST