ଓଡିଶା

odisha

ETV Bharat / state

ଅପରାଧୀଙ୍କୁ ସହଯୋଗ କରୁଛି ଜଗଦଲପୁର ଥାନା ପୋଲିସ! - police-sport-crime-in-baragarh-district

ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଞ୍ଚଳରେ ଅପରାଧ ଓ ଅପରାଧୀଙ୍କ ବେଆଇନ କାର୍ଯ୍ୟକଳାପକୁ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

police-sport-crime-in-baragarh-district
ଅପରାଧିଙ୍କୁ ସହଯୋଗ କରୁଛି ଜଗଦଲପୁର ଥାନା ପୋଲିସ

By

Published : Mar 8, 2020, 9:17 AM IST

ବରଗଡ: ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଅପରାଧ ଓ ଅପରାଧୀଙ୍କ ବେଆଇନ କାର୍ଯ୍ୟକଳାପ ଦିନକୁ ଦିନ ବଢିଚାଲିଥିବା ବେଳେ ଏଠାକାର ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ଓଲଟା ଅପରାଧୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।

ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମରେ ଅପରାଧୀମାନେ ପୋଲିସର ସହାୟତାରେ ଖୁଲମଖୁଲା ଲୋକଙ୍କୁ ଭୟଭୀତ କରାଇ ବିଭିନ୍ନ ବେଆଇନ କାମ କରୁଛନ୍ତି ଏବଂ ଏହାର ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନାନା ଅତ୍ୟାଚାର କରିବା ସହିତ ଜୀବନରୁ ମାରିଦେବାର ଧମକ ଦିଆଯାଉଛି । ଏପରିକି କଙ୍ଗାରୁ କୋର୍ଟ କରାଯାଇ ସେଠାରେ ଦଣ୍ଡିତ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।

ଅପରାଧିଙ୍କୁ ସହଯୋଗ କରୁଛି ଜଗଦଲପୁର ଥାନା ପୋଲିସ

ବେଆଇନ କାମକୁ ବିରୋଧ କରୁଥିବା ପୁଟୁକା ଗ୍ରାମର ବିରେନ ସେଠଙ୍କ ସ୍ତ୍ରୀଙ୍କୁ ଗ୍ରାମରେ ଉଲଗ୍ନ କରିବା ପରେ ଓଲଟା ପୋଲିସ ସହାୟତାରେ ମିଥ୍ୟା ମାମଲା କରାଯାଇ ତାଙ୍କୁ ଜେଲ ପଠାଯାଇଥିଲା । ବିରେନ ଜେଲରୁ ଫେରିବା ପରେ ପୁଣି ତାଙ୍କୁ ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇ ଅପମାନିତ କରିଥିଲେ ମାଫିଆମାନେ। ତେବେ କଙ୍ଗାରୁ କୋର୍ଟ ପରେ ବିରେନ ନିଖୋଜ ଥିବାବେଳେ ତାଙ୍କୁ ହତ୍ୟା କରିଦିଆଯାଇଛି ନା ଅପହରଣ କରାଯାଇଛି ପରିବାର ଲୋକେ ସନ୍ଦେହରେ ରହିଛନ୍ତି ।

ବେଆଇନ ଗୋରୁ ବଜାର କରାଯାଇ ବାଙ୍ଗଲାଦେଶକୁ ଗୋହତ୍ୟା ପାଇଁ ଏଠାରୁ ଗାଈ ଗୋରୁ ପଠାଯାଉଥିବାରୁ ଏହାକୁ ବିରୋଧ କରିଥିଲେ ବିରେନ । ତେବେ ବିରେନ ସେଠଙ୍କୁ ହତ୍ୟା କରାଯିବ ବୋଲି ପୂର୍ବରୁ ଧମକ ଦିଆଯାଇଥିବାବେଳେ ଚାରି ଦିନ ହେଲା ସେ ନିଖୋଜ ଅଛନ୍ତି ।

ଜଗଦଲପୁର ଥାନା ଅଞ୍ଚଳରେ ଚାଲିଥିବା ବେଆଇନ କାମ ବିରୋଧରେ ଯେପରି ଲୋକେ ମୁହଁ ନ ଖୋଲିବେ, ସେ ନେଇ ଲୋକଙ୍କୁ ମାରିଦିଆଯାଉଛି ଏବଂ ମିଥ୍ୟା ମାମଲାରେ ମଧ୍ୟ ଫସାଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ତେବେ ଅପରାଧୀଙ୍କ ଏପରି କାର୍ଯ୍ୟ କଳାପ ପାଇଁ ଏଠାକାର ପୋଲିସ ମୁକ ସାଜି ଚୁପ ବସିବା ପଛରେ କଣ ରହସ୍ୟ ରହିଛି ସମସ୍ତଙ୍କୁ ଜଣା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details