ବରଗଡ:ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । 7 ଜୁଆଡ଼ି ଗିରଫ, 8ଟି ବାଇକ ସହ 10340 ଟଙ୍କା ଜବତ । ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଳିରୁ ପିଠାପୋଟଳ ରାସ୍ତାରେ ଥିବା ଝାଉଁଜୋର ବ୍ରିଜ ତଳେ ଦୀର୍ଘ ଦିନରୁ ଚାଲିଆସିଥିବା ଏକ ଜୁଆ ଆଡ୍ଡା ଉପରେ ଅତାବିରା ପୋଲିସ ଚଢାଉ କରିଥିଲା ।
ଜୁଆ ଆଡ୍ଡାରେ ପୋଲିସର ଚଢାଉ, 7 ଗିରଫ - ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ
ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଳିରୁ ପିଠାପୋଟଳ ରାସ୍ତାରେ ଥିବା ଝାଉଁଜୋର ବ୍ରିଜ ତଳେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । 7 ଜୁଆଡ଼ି ଗିରଫ, 8ଟି ବାଇକ ସହ 10340 ଟଙ୍କା ଜବତ । ଅଧିକ ପଢନ୍ତୁ...
![ଜୁଆ ଆଡ୍ଡାରେ ପୋଲିସର ଚଢାଉ, 7 ଗିରଫ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ](https://etvbharatimages.akamaized.net/etvbharat/prod-images/768-512-12133709-thumbnail-3x2-12133709-652-12133709-1623689004779.jpg)
ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ
ସୂଚନା ଅନୁଯାୟୀ, ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜୁଆ ଖେଳ ଚାଲିଥିବା ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଜୁଆ ଆଡ୍ଡା ଉପରେ ଚଢାଉ କରି 7 ଜଣ ଜୁଆଡିଙ୍କୁ କାବୁ କରିଥିଲା ପୋଲିସ । ଆହୁରି ଅନେକ ଜୁଆଡ଼ି ପୋଲିସ ଭୟରେ ଫେରାର ହୋଇଥିବାବେଳେ ପୋଲିସ 8 ଗୋଟି ବାଇକ ଜବତ କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ