ଓଡିଶା

odisha

ETV Bharat / state

ମତଦାନ ବେଳେ ମହିଳାଙ୍କୁ ମାଡ, ଗ୍ରାମବାସୀ ପୋଲିସ ମୁହାଁମୁହିଁ - ବରଗଡରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା

ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲ ଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହେବାରୁ ଜଣେ ପୋଲିସ ଅଫିସରଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ପୋଲିସ ଗାଡି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ମତଦାନ ବେଳେ ମହିଳାଙ୍କୁ ପୋଲିସର ମାଡ, ଗ୍ରାମବାସୀ ପୋଲିସ ମୁହାଁମୁହିଁ
ମତଦାନ ବେଳେ ମହିଳାଙ୍କୁ ପୋଲିସର ମାଡ, ଗ୍ରାମବାସୀ ପୋଲିସ ମୁହାଁମୁହିଁ

By

Published : Feb 18, 2022, 10:38 PM IST

ବରଗଡ: ନିର୍ବାଚନ ସମୟରେ ପୋଲିସ ଓ ଜନତା ମୁହାଁମୁହିଁ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲ ଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହେବାରୁ ଜଣେ ପୋଲିସ ଅଫିସରଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ପୋଲିସ ଗାଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ମତଦାନ ବେଳେ ମହିଳାଙ୍କୁ ପୋଲିସର ମାଡ, ଗ୍ରାମବାସୀ ପୋଲିସ ମୁହାଁମୁହିଁ

ଲୋକେ ପୋଲିସ ଉପରେ ଆକ୍ରମଣ କରି ପୋଲିସ ଗାଡି ଉପରକୁ ଟେବୁଲ ଡେକ୍ସ ଆଣି କଚାଡି ଦେଲଇଥିଲେ । ଗୋଟିଏ ପୋଲିସ ଗାଡିକୁ ଭାଙ୍ଗି ଦେଇଥିବା ବେଳେ ଅନ୍ୟଏକ ଗାଡିକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି ପୋଲିସ। ପରେ ପୋଲିସ ପକ୍ଷରୁ ସାମାନ୍ୟ ଲାଠି ଚାର୍ଜ କରାଯିବାରୁ ଲୋକେ ପଛଘୁଞ୍ଚା ଦେଇଥିଲେ । ଏହି ଘଟଣାରେ ସେଠାରେ ହୋଇଥିବା ଧସ୍ତାଧସ୍ତିରେ ଗାଇସିଲଟ ଥାନାଧିକାରୀଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଗାଇସିଲେଟ ଥାନା ଅନ୍ତର୍ଗତ କଠଉମାଲ ଗ୍ରାମର ସ୍କୁଲରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମବାସୀ ଭୋଟ ଦେବାକୁ ଯାଇଥିଲେ । ତେବେ ଭୋଟ ଦେଇସାରିଥିବା ଲୋକଙ୍କୁ ପୋଲିସ ବୁଥ ଭିତରୁ ବାହାରକୁ ଘଉଡାଉଥିବା ସମୟରେ ସେଠାରେ ଥିବା ଜଣେ ମହିଳାଙ୍କୁ ପୋଲିସ ଲାଠିରେ ମାଡମାରିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ତେବେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ପୋଲିସର ଅତ୍ୟଧିକ ଚାପ କାରଣରୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details