ଓଡିଶା

odisha

ETV Bharat / state

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ କେହି ମୃତାହତ ହୋଇନଥିବା ବେଳେ ପୋଲିସ 4ଟି ମାଓ କ୍ୟାମ୍ପ ଠାବ କରିଛି । ଏଥିସହ ବହୁ ପରିମାଣର ଖୋକା ଓ ଜୀବନ୍ତ ଗୁଳି ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

By

Published : Aug 9, 2020, 5:45 PM IST

Updated : Aug 9, 2020, 7:51 PM IST

ବରଗଡ: ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ପ୍ରାୟ 30 ମିନିଟ ଧରି ଚାଲିଥିଲା ଗୁଳିବିନିମୟ । ଏଥିରେ କେହି ମୃତାହତ ହୋଇନଥିବା ବେଳେ ପୋଲିସ 4ଟି ମାଓ କ୍ୟାମ୍ପ ଠାବ କରିଛି । ଏଥିସହ ବହୁ ପରିମାଣର ଖୋକା ଓ ଅଫୁଟା ଗୁଳି ସହ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୂଚନାନୁସାରେ, ବରଗଡ ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡର ଘଞ୍ଚ ଅରଣ୍ୟ ଭିତରେ 10ରୁ 15 ଜଣ ମାଓବାଦୀ ତାଙ୍କର କ୍ୟାମ୍ପରେ ରହିଥିବାର ଖବର ପାଇ ଡିଭିଏଫ୍ ଟିମ ଚଢାଉ କରିଥିଲା । ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ପୋଲିସ ମାଓବାଦୀମାନଙ୍କୁ ଠାବ କରିବା ପରେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହିଥିଲେ । ହେଲେ ମାଓବାଦୀମାନେ ପାଲଟା ଗୁଳି ଚାଳନା କରିଥିଲେ । ଜବାବରେ ପୋଲିସକୁ ମଧ୍ୟ ଗୁଳି ଚାଳନା କରିବାକୁ ପଡିଥିଲା ।

ତେବେ ପ୍ରବଳ ବର୍ଷା ହେଉଥିବା ବେଳେ ଉଭୟ ପଟୁ ଜୋରଦାର ଗୁଳି ଚାଳନା ହୋଇଥିଲା । ପରେ ମାଓବାଦୀମାନେ ତାଙ୍କର କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ । ସମ୍ପୃକ୍ତ ମାଓବାଦୀମାନେ ବଲାଙ୍ଗୀର-ବରଗଡ-ମହାସମୁନ୍ଦ ଡିଭିଜନର ବୋଲି ଜଣାପଡିଛି ।

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ପୋଲିସକୁ ମିଳିଥିବା ଆଜିର ସଫଳତାରେ ବରଗଡ଼-ବଲାଙ୍ଗୀର ଓ ସିଆରଫିଏଫ୍ ମିଳିତ ଅପରେସନରେ ମାଓ କ୍ୟାମ୍ପକୁ ଠାବ କରାଯିବା ସହ 33 ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି । ଏଥିରେ ଏସଓଜି ଜବାନ ପକ୍ଷରୁ କେହି ମୃତାହତ ହୋଇନଥିବା ବେଳେ ମାଓବାଦୀ ନିହତ ହୋଇଥିବା ମଧ୍ୟ ସୂଚନା ମିଳିପାରିନାହିଁ । ରବିବାର ଆୟୋଜିତ ସାମ୍ବାଦିତ ସମ୍ମିଳନୀରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ସୂଚନା ଦେବା ସହ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Aug 9, 2020, 7:51 PM IST

ABOUT THE AUTHOR

...view details