ବରଗଡ଼:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶନିବାର) ବରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ବିଭାଗ ପକ୍ଷରୁ ବହୁ ବିଜେପି ଓ କଂଗ୍ରେସ ଦଳର କର୍ମୀଙ୍କୁ ଆଗୁଆ ଗିରଫ କରାଯାଇଛି । ଏହି କର୍ମୀମାନେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ବରଗଡ଼, ବିଜେପୁର, ଭଟଲି ଓ ବରପାଲି ଅଞ୍ଚଳର ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଅଣ୍ଡାମାଡ଼ କରିଥିବା କର୍ମୀ ମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବରଗଡ଼ ଗସ୍ତକୁ ବିରୋଧ କରାଯାଉଥିବା ବେଳେ କଳାପତାକା ଦେଖାଉଥିବା ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କୁ ଭଟଲି ପୋଲିସ ଗିରଫ କରିଛି ।