ଓଡିଶା

odisha

ETV Bharat / state

କୋରୋନା ଭୟରେ ମୃତଦେହକୁ ଛୁଇଁଲେନି ଲୋକେ, ଘର ପଛପଟେ ଗାତ ଖୋଳି ପୋତିଲା ଝିଅ - bargarh news

କୋରୋନା ଭୂତାଣୁ ଭୟ ମଧ୍ୟରେ ମଣିଷର ମାନବିକତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। କୋରୋନା ଭୂତାଣୁ ଭୟ ଯୋଗୁଁ ସମ୍ପର୍କରେ ଡୋରି ପଡୁଥିବା ଭଳି ଘଟଣା ସାମ୍ନାକୁ ଆସୁଛି । ଅଧିକ ପଢନ୍ତୁ...

କୋରୋନା ଭୟରେ ମୃତଦେହକୁ ଛୁଇଁଲେନି ଲୋକେ
କୋରୋନା ଭୟରେ ମୃତଦେହକୁ ଛୁଇଁଲେନି ଲୋକେ

By

Published : May 16, 2021, 7:23 AM IST

ବରଗଡ: କୋରୋନା ଭୂତାଣୁ ଭୟ ମଧ୍ୟରେ ମଣିଷର ମାନବିକତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। କୋରୋନା ଭୂତାଣୁ ଭୟ ଯୋଗୁଁ ସମ୍ପର୍କରେ ଡୋରି ପଡୁଥିବା ଭଳି ଘଟଣା ସାମ୍ନାକୁ ଆସୁଛି । କୋରୋନା ଭୟରେ ମୄତ ବ୍ୟକ୍ତିଙ୍କ ମୃତଦେହକୁ ଲୋକ ଅଣଦେଖା କରୁଛନ୍ତି । ବାପାଙ୍କ ମୄତ ଶରୀରକୁ ନାବାଳିକା ଝିଅ ଅନ୍ତିମସଂସ୍କାର କରିବା ଭଳି ଅତି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ପଦ୍ମପୁର ଉପଖଣ୍ଡରୁ ।

କୋରୋନା ଭୟରେ ମୃତଦେହକୁ ଛୁଇଁଲେନି ଲୋକେ

ପଦ୍ମପୁର ଉପଖଣ୍ଡ ଖଲିଆପାଲି ପଞ୍ଚାୟତ ବାଦିମାଲ ଗ୍ରାମର ମଙ୍ଗଳୁ କନ୍ଦା ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ଥିଲେ । ସେ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସିତ ହେବା ପାଇଁ ଆସିଥିଲେ ଏବଂ ଡାକ୍ତରଖାନାରେ ତାଙ୍କ ମୄତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କ ମୃତଦେହକୁ ଗାଁକୁ ଫେରାଇ ନେଇଥିଲେ କିନ୍ତୁ ଗାଁକୁ ମୃତଦେହ ନେବାପରେ କୋରୋନା ଭୟରେ ଗାଁ ଲୋକ କିମ୍ବା ପାଖ ପଡୋଶୀ ମଧ୍ୟ ଆସିନଥିଲେ । ଶେଷରେ ଦୀର୍ଘ 5 ଘଣ୍ଟା ଅପେକ୍ଷା ପରେ ମୄତ ବ୍ୟକ୍ତିଙ୍କ ନାବାଳିକା ଝିଅ ମାନେ ଘର ପଛପଟେ ଜେସିବି ଯୋଗେ ଗାତ ଖୋଲି ଅନ୍ତିମ ସଂସ୍କାର କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details