ଓଡିଶା

odisha

ETV Bharat / state

ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ

ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ବରଗଡ ସହରରେ ଏକ ରାଲି ଅନୁଷ୍ଠିତ ହୋଇଥିଲା । ବରଗଡ ଜିଲ୍ଲାର ୧୨ଟି ବ୍ଲକରୁ ପ୍ରାୟ 125 ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ରାଲିରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ ..

By

Published : Aug 18, 2023, 11:03 PM IST

ଦୁଇ ଦଫା ଦାବିନେଇ ଜିଲ୍ଲାପାଳ ଅଫିସ ଘେରିଲେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଙ୍ଘ
ଦୁଇ ଦଫା ଦାବିନେଇ ଜିଲ୍ଲାପାଳ ଅଫିସ ଘେରିଲେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଙ୍ଘ

ଦୁଇ ଦଫା ଦାବିନେଇ ଜିଲ୍ଲାପାଳ ଅଫିସ ଘେରିଲେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଙ୍ଘ

ବରଗଡ: ଶୁକ୍ରବାର ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ବରଗଡ ସହରରେ ଏକ ରାଲି ଅନୁଷ୍ଠିତ ହୋଇଥିଲା । ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା ଏବଂ ଜିଲ୍ଲାପାଲ ଅଫିସ ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ରୁ ପ୍ରାୟ 125 ଜଣ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଜିର ଏହି ରାଲିରେ ସାମିଲ ହୋଇଥିଲେ । ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ବିଭିନ୍ନ ସମସ୍ୟା ରହିଥିବାବେଳେ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ନହେବାରୁ ଆଜିର ଏହି ରାଲି ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ବରଗଡରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ସଦସ୍ୟ ଆଜି ଏକ ରାଲିରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ଆଜି ବରଗଡ ଜିଲ୍ଲାର ବାର ଗୋଟି ବ୍ଲକରୁ ପ୍ରାୟ 125 ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ରାଲିରେ ସାମିଲ ହୋଇଥିଲେ । ୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଯାଇଥିଲା । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ସଦସ୍ୟଙ୍କ ସମସ୍ୟାକୁ ନେଇ ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ । ସରକାର ସେମାନଙ୍କ ପ୍ରତି ଅଣଦେଖା କରି ଆସୁଥିବାରୁ ଶେଷରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଥିବା ସଦସ୍ୟମାନେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ଗଲେ PEO, ଠପ ହେଲା ବ୍ଲକ ଅଫିସ କାର୍ଯ୍ୟ

ଯଥାଶୀଘ୍ର ଦାବି ପୂରଣ ପାଇଁ ଆଜି ବରଗଡ଼ ସହରରେ ଏକ ବିରାଟ ଶୋଭାଯାତ୍ରା ସହିତ ସରକାରଙ୍କୁ ସନ୍ଦେଶ ଦିଆଯାଇଛି । ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ । ଯାଜି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ସଦସ୍ୟମାନେ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫସରେ ପହଞ୍ଚିଥିଲେ ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲପାଳ ମିର୍ଧା ଟପ୍ପୋଙ୍କୁ ତାଙ୍କର ଦାବିପତ୍ର ପ୍ରଦାନ କରିଥିଲେ । ପଂଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା ସହ ଦରମା ହାର ଲେବୁଲ (୫) ରୁ ଲେବୁଲ (୯)କୁ ଧାର୍ଯ୍ୟ କରିବା । ନୂତନ ପଦବୀ ସୃଷ୍ଟି କରି 10 ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ ସହ GPDO ପଦବୀରେ ସତ ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ OPRS କ୍ୟାଡର ରୁଲ୍‌ରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ରହିଛି ।

ଇଟିଭି ଭରତ,ବରଗଡ

ABOUT THE AUTHOR

...view details