ଓଡିଶା

odisha

ETV Bharat / state

କଂଗ୍ରେସର ସ୍ଥିତି ସମୀକ୍ଷା ପାଇଁ ପାଇକମାଲ ଗସ୍ତରେ ପିସିସି ସଭାପତି

ଗୋଟିଏ ପଟେ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହୋଇ ନଥିବା ବେଳେ । ଅନ୍ୟ ପଟେ ସମସ୍ତ ଦଳର ରାଜ ନେତାମାନେ ନିଜ ନିଜର ଦଳ ପାଇଁ କ୍ଷେତ୍ର ପରିଦର୍ଶନ କରିବା ସହିତ ଆରମ୍ଭ କରି ଦେଇଛନ୍ତି ଦଳୀୟ ପ୍ରଚାର ପ୍ରସାର କାମ । ପାଇକମାଳରେ କଂଗ୍ରେସ ଦଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ସର ସ୍ଥିତି ସମୀକ୍ଷା ପାଇଁ ପାଇକମାଲ ଗସ୍ତରେ ପିସିସି ସଭାପତି
ସର ସ୍ଥିତି ସମୀକ୍ଷା ପାଇଁ ପାଇକମାଲ ଗସ୍ତରେ ପିସିସି ସଭାପତି

By ETV Bharat Odisha Team

Published : Aug 31, 2023, 10:47 PM IST

ସର ସ୍ଥିତି ସମୀକ୍ଷା ପାଇଁ ପାଇକମାଲ ଗସ୍ତରେ ପିସିସି ସଭାପତି

ବରଗଡ: ଜିଲ୍ଲାରେ ବଢିବାରେ ଲାଗିଛି ରାଜନୀତି ଉଷ୍ଣତା | ଗୋଟେ ପଟେ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହୋଇ ନଥିବା ବେଳେ । ଅନ୍ୟ ପଟେ ସମସ୍ତ ଦଳର ରାଜ ନେତାମାନେ ନିଜ ନିଜର ଦଳ ପାଇଁ କ୍ଷେତ୍ର ପରିଦର୍ଶନ କରିବା ସହିତ ଆରମ୍ଭ କରିଦେଇଛନ୍ତି ଦଳୀୟ ପ୍ରଚାର ପ୍ରସାର କାମ |ଜିଲ୍ଲାର କେଉଁ ସ୍ଥାନରେ ଦଳର କିପରି ସ୍ଥିତି ରହିଛି ସେନେଇ ବିଭିନ୍ନ ଦଳ ସମୀକ୍ଷା କରୁଥିବାବେଳେ କଂଗ୍ରେସ ଦଳ ମଧ୍ୟ ଏଥିରୁ ବାଦ ପଡ଼ିନାହି |ଆଜି ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଳରେ ପହଞ୍ଚିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ | ପାଇକମାଳରେ କଂଗ୍ରେସ ଦଳର ସ୍ଥିତି ଉପରେ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କ ସହ ଆଲୋଚନା କରିବାସହ ବିଭିନ୍ନ ସମସ୍ୟା ବିଷୟରେ ଅନୁଧ୍ୟାନ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ |

ଦୁଇ ଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରୁ ଫେରିବା ପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକକୁ ଆଜି ପହଞ୍ଚିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ | ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ଅତି ଖରାପ ରହିଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ପୁଣି ଅଣ୍ଟା ଭିଡିଛି କଂଗ୍ରେସ ଦଳ | ସେଥିପାଇଁ ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ସ୍ଥିତି କିପରି ରହିଛି ସେନେଇ କଂଗ୍ରେସ ଦଳର କର୍ମୀମାନଙ୍କ ସହିତ ଆଲୋଚନା କରି ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଉଦ୍ୟେଶରେ ପିସିସି ସଭାପତି ଶରତ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ଆଜି ବରଗଡ ଜିଲ୍ଲାକୁ ମଧ୍ୟ ଗସ୍ତ କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ମଧ୍ୟାହ୍ନ ୧୨ଟା ବେଳେ ପାଇକମାଳରେ ପହଞ୍ଚିବା ପରେ ଶରତ ପଟ୍ଟନାୟକଙ୍କୁ ପାଇକମାଳ ଓ ଝାରବନ୍ଧର କଂଗ୍ରେସ ନେତା ଓ କର୍ମୀ ଫୁଲ ତୋଡ଼ା, ଫୁଲମାଲ ଏବଂ ଉପଢୌକନ ଦେଇ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବଳ ଗୋଟାଉଛି କଂଗ୍ରେସ, ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

ପାଇକମାଳ ଓ ଝାରବନ୍ଧ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବର୍ତ୍ତମାନ ସମୟରେ କଂଗ୍ରେସର ସ୍ଥିତି ଅଞ୍ଚଳରେ କିଭଳି ରହିଛି ଏହି ପରି ଅନେକ ବିଷୟରେ କର୍ମୀ ଓ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ପାଇକମାଳ ବ୍ଲକ କଂଗ୍ରେସ ସଭାପତି ବିଜୟାନନ୍ଦ ପଟ୍ଟନାୟକ, ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୂଜାଫର୍ ହୁସେନ, ଯୁବ ସଭାପତି ବିକାଶ ବହିଦାର, ବରିଷ୍ଠ ନେତା ବିନୋଦ କାଳିଆ, ମନୋଜ ତ୍ରିବେଦୀ, ଦିଲ୍ଲୀପ ଅଗ୍ରୱାଲ, ଅଶ୍ଵିନୀ ପଟେଲ ଓ ଆଦିତ୍ୟ ପଣ୍ଡା ପ୍ରମୁଖଙ୍କ ସହ ଆଲୋଚନାରେ ଯୋଗ ଦେଇଥିଲେ ।

ତେବେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନୂତନ ଜିଲ୍ଲା ଭାବେ ଘୋଷଣା କରିବେ ବୋଲି ସ୍ଥାନୀୟ ଲୋକେ ଆଶା କରୁଥିବାବେଳେ ଏନେଇ ସମସ୍ତ ଦଳର ମଧ୍ୟ ନଜର ରହିଛି ଏବଂ ସମସ୍ତ ଦଳ ପଦ୍ମପୁର ଅଞ୍ଚଳକୁ ଅଧିକ ଫୋକସରେ ରଖିଛନ୍ତି | ଏହି ଅଞ୍ଚଳରେ ଲଗାତାର ବିଜେଡି ଦଳ ଓ ବିଜେପି ଦଳ ମଧ୍ୟରେ ନିର୍ବାଚନୀ ଲଢେଇ ଦେଖିବାକୁ ମିଳିଥାଏ | ଗୋଟେ ଥର ବିଜେପି ଦଳ ବାଜି ମାରିଥିବା ବେଳେ ବିଜେଡି ଦଳର ଗଡ ଭାବେ ଏହି ଅଞ୍ଚଳ ପରିଚିତ ତେବେ ପଦ୍ମପୁର ଜିଲ୍ଲା ଘୋଷଣା ହେଲେ ଏହି ଅଞ୍ଚଳରେ କଂଗ୍ରେସ ଦଳ କିପରି ନିଜର କାୟା ବିସ୍ତାର କରିବ ସେନେଇ କଂଗ୍ରେସ ଦଳର କର୍ମୀ ଓ ନେତାଙ୍କ ସହିତ ଗୁପ୍ତ ବୈଠକ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ।

ଇଟିଭି ଭାରତ,ବରଗଡ

ABOUT THE AUTHOR

...view details