ଓଡିଶା

odisha

ETV Bharat / state

ପାଥୋଲ୍ୟାବ ମାନଙ୍କରେ କୋରୋନା ପାଇଁ ସଂକ୍ରମଣର ଭୟ ଅଧିକ ରହିଛି - ବରଗଡ଼ରେ ପାଥୋଲେବ ମାନଙ୍କରେ ସଂକ୍ରମଣର ଭୟ

ବରଗଡ଼ ସହରର ସମସ୍ତ ପାଥୋଲ୍ୟାବରେ ରୋଗୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ସମୟରେ ରୋଗୀ ମାନଙ୍କ ହାତରେ ବନ୍ଧା ଯାଉଥିବା ସେହି ଗୋଟିଏ ଫିତା ସମସ୍ତ ରୋଗୀଙ୍କୁ ବନ୍ଧା ଯାଉଛି ଏବଂ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଏହା ଦ୍ବାରା କୋରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାର ଆଶଙ୍କା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପାଥୋଲେବ ମାନଙ୍କରେ କୋରୋନା ପାଇଁ ସଂକ୍ରମଣର ଭୟ ଅଧିକ ରହିଛି
ପାଥୋଲେବ ମାନଙ୍କରେ କୋରୋନା ପାଇଁ ସଂକ୍ରମଣର ଭୟ ଅଧିକ ରହିଛି

By

Published : May 21, 2020, 11:09 PM IST

Updated : May 22, 2020, 10:52 AM IST

ବରଗଡ଼: କୋରୋନା ମହାମାରୀ ଯେଉଁ ପ୍ରକାର ବ୍ୟାପିବାରେ ଲାଗିଛି ଏହାର ସଂକ୍ରମଣକୁ ରୋକିବା ନେଇ ସମସ୍ତେ ସଚେତନ ଓ ସତର୍କ ରହିଛନ୍ତି । ମାତ୍ର ବରଗଡ଼ ଜିଲ୍ଲାରେ ରୋଗୀମାନେ ରକ୍ତ ପରୀକ୍ଷା ପାଇଁ ଯାଉଥିବା ପାଥୋଲ୍ୟାବ କେତେ ସୁରକ୍ଷିତ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ପାଥୋଲ୍ୟାବ ମାନଙ୍କରେ କୋରୋନା ପାଇଁ ସଂକ୍ରମଣର ଭୟ ଅଧିକ ରହିଛି

ବରଗଡ଼ ସହରର ସମସ୍ତ ପାଥୋଲ୍ୟାବରେ ରୋଗୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ସମୟରେ ରୋଗୀ ମାନଙ୍କ ହାତରେ ବନ୍ଧା ଯାଉଥିବା ସେହି ଗୋଟିଏ ଫିତା ସମସ୍ତ ରୋଗୀଙ୍କୁ ବନ୍ଧା ଯାଉଛି ଏବଂ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଯଦି ଅଜାଣତରେ କେଉଁ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ ବନ୍ଧା ଯାଉଥିବା ଫିତା ଅନ୍ୟ କୌଣସି ମଧୁମେହ ରୋଗୀ କିମ୍ବା ଅନ୍ୟ ରୋଗୀ ଦେହରେ ପୁଣି ବ୍ୟବହାର କରାଯାଉଛି, ତେବେ ସମସ୍ତଙ୍କୁ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେବେ ପାଥୋଲ୍ୟାବ ଗୁଡ଼ିକ ଏହି ଦିଗରେ ଯତ୍ନବାନ ହେବା ଜରୁରୀ ହୋଇପଡ଼ିଛି ।

ବରଗଡ଼ରୁ ରାଜେଶ ସରାପ, ଇଟଭି ଭାରତ

Last Updated : May 22, 2020, 10:52 AM IST

ABOUT THE AUTHOR

...view details