ଓଡିଶା

odisha

By

Published : Nov 14, 2019, 3:50 AM IST

ETV Bharat / state

ଦିବ୍ୟାଙ୍ଗ ପାଇଁ ପାରା କ୍ରୀଡା ପ୍ରତିଯୋଗିତା

ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ ଆୟୋଜିତ ହୋଇଛି ଦିବ୍ୟାଙ୍ଗଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା । ଅଂଶଗ୍ରହଣ କରିଛନ୍ତି 405 ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

ଦିବ୍ୟାଙ୍ଗ ପାଇଁ ପାରା କ୍ରୀଡା ପ୍ରତିଯୋଗିତା

ବରଗଡ଼: ଜିଲ୍ଲାରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବରଗଡ଼ ଜର୍ଜ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର 12ଟି ବ୍ଲକରୁ ସମୁଦାୟ 405 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ଦିବ୍ୟାଙ୍ଗ ପାଇଁ ପାରା କ୍ରୀଡା ପ୍ରତିଯୋଗିତା

ଦିବ୍ୟାଙ୍ଗଙ୍କ ମନୋବଳ ବୃଦ୍ଧି କରିବା ଏବଂ କୃତି ଖେଳାଳି ମାନଙ୍କୁ ଆଗକୁ ବଢ଼ିବାରେ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ପାରା ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ତେବେ ଜିଲ୍ଲାର ସମସ୍ତ ବ୍ଲକର ବହୁ ଦିବ୍ୟାଙ୍ଗ ସ୍କୁଲ ଗୁଡ଼ିକର 405 ଜଣ ଛାତ୍ରଛାତ୍ରୀ ଏହି ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲା ସ୍ତରୀୟ ଏହି ପାରା ଖେଳ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଖେଳାଳି ମାନଙ୍କୁ ରାଜ୍ୟ ସ୍ତରୀୟ ଖେଳ ଓ ପରେ କେନ୍ଦ୍ରୀୟ ପାରା ଖେଳ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଦିଆଯିବ । ତେବେ 17 ପ୍ରକାରର ଖେଳ ବିଭାଗରେ ବହୁ ଦିବ୍ୟାଙ୍ଗଙ୍କୁ ଅଂଶଗ୍ରହଣର ସୁଯୋଗ ଦିଆଯାଇଥିଲା । ଦୌଡ଼, ଲମ୍ଵଡିଆଁ, ଉଚ୍ଚଡିଆଁ, ଶଟପୁଟ, ଟ୍ରାଇସାଇକେଲ ପ୍ରତିଯୋଗିତା ଇତ୍ୟାଦି ବହୁ ପ୍ରକାର ଖେଳରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଗନେଇ ବେଶ ଖୁସି ଅନୁଭବ କରିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details