ଓଡିଶା

odisha

ETV Bharat / state

ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ, 4 ଗିରଫ - pangolin smuggling

ବଜ୍ରକାପ୍ତା ଚୋରାଚାଲାଣ ବେଳେ ବରଗଡ ବନବିଭାଗ ପକ୍ଷରୁ ଚଢାଉ । ଏହି ରାକେଟରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ । ଅଧିକ ପଢନ୍ତୁ...

ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ, 4 ଗିରଫ
ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ, 4 ଗିରଫ

By

Published : Aug 26, 2021, 7:21 AM IST

ବରଗଡ଼: ବଜ୍ରକାପ୍ତା ଚୋରାଚାଲାଣ ବେଳେ ବରଗଡ ବନବିଭାଗ ପକ୍ଷରୁ ଚଢାଉ । ଏହି ରାକେଟରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ । ସୂଚନା ଅନୁଯାୟୀ ଭଟଲି ଜଙ୍ଗଲରେ ବହୁ ମାତ୍ରାରେ ବଜ୍ରକାପ୍ତା ରହିଥିବା ବେଳେ ଦୀର୍ଘ ଦିନରୁ ବଜ୍ରକାପ୍ତା ଚୋରାଚାଲାଣର ଏକ ରାକେଟ ସକ୍ରିୟ ଥିଲା । ତେବେ ଏହି ରାକେଟକୁ ଧରିବାରେ ସଫଳ ହୋଇଛି ବନ ବିଭାଗ ।

ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ, 4 ଗିରଫ

ବଜ୍ରକାପ୍ତା ଚୋରାଚଲାଣର ଗୁପ୍ତ ସୂଚନା ପାଇବା ପରେ ଭଟଲି ବନ ବିଭାଗ ଚଢାଉ କରି ଦେକୁଳିଆ ଗ୍ରାମର ମହାଦେବ ବରିହା, ଗୋପାଳ ବରିହା, ନାରାୟଣ ବରିହା ଓ କୁମ୍ଭୋ ଗ୍ରାମର ପ୍ରତିପାଳ ବରିହାଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର କରିଥିଲେ । ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ଅନୁଯାୟୀ କେସ ନମ୍ବର 17 /2021ରେ ଏକ ମାମଲା ରୁଜୁ କରାଯାଇ 4 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details