ବରଗଡ : ସ୍କୁଲ ଗୁଡିକରେ ହୋଡିଂ ଲାଗିବାକୁ ନିର୍ଦ୍ଦେଶ ମଳିଥିବାବେଳେ ହୋଡିଂ ବଦଳରେ ପେଟିଂ ମାଧ୍ୟମରେ ସୁଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବରଗଡ ଜିଲ୍ଲା ଚିତ୍ରକାର ସଂଘ । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକରେ ହୋଡିଙ୍ଗ ଲଗାଇବା ପାଇଁ ଆଦେଶ ଆସିଥିବାବେଳେ ବରଗଡ ଜିଲ୍ଲାର ଚିତ୍ରକାର ସଂଘ ହୋଡିଙ୍ଗ ବଦଳରେ ପେଣ୍ଟିଙ୍ଗ କରାଇବାକୁ ଅନୁରୋଧ କରିଛି । ଆଜି ବରଗଡ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲାପାଳଙ୍କୁ ଚିତ୍ରକାର ସଂଘର ଦାବିପତ୍ର - ବରଗଡ ଜିଲ୍ଲା ପ୍ରଶାସନ
ସ୍କୁଲମାନଙ୍କରେ ହୋଡିଂ ବଦଳରେ କାନ୍ଥ ପେଣ୍ଟିଂ ମାଧ୍ୟମରେ ସେମାନଙ୍କୁ ସୁଯୋଗ ଦେବାକୁ ଅନୁରୋଧ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲା ବରଗଡ ଚିତ୍ରକାର ସଂଘ । ଅଧିକ ପଢନ୍ତୁ...
ଦୀର୍ଘ 2ବର୍ଷ ହେଲା କୋରୋନା ମହାମାରୀ କାରଣରୁ ଚିତ୍ରକାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ରାଜ୍ୟ ସରକାର ଚିତ୍ରକାରମାନଙ୍କ ପାଇଁ କୌଣସି ସୁବିଧା କରିନାହାନ୍ତି । ସେପଟେ ଲକଡାଉନ ସମୟରେ ବହୁ ଦୁଃଖ କଷ୍ଟରେ ଚିତ୍ରକାରମାନେ ନିଜର ପରିବାର ପରିପୋଷଣ କରିଛନ୍ତି । ମାତ୍ର ଏବେ ରାଜ୍ୟ ସରକାର ସମସ୍ତ ସ୍କୁଲମାନଙ୍କରେ ହୋଡିଙ୍ଗ ଲଗାଇବାର ବ୍ୟବସ୍ଥା କରୁଥିବାବେଳେ ଚିତ୍ରକାରମାନଙ୍କ ଜୀବନ ବଞ୍ଚାଇବାକୁ ଏହି ହୋଡିଙ୍ଗ ବିଚାର ନକରି କାନ୍ଥରେ ପେଣ୍ଟିଙ୍ଗ କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଚିତ୍ରକର । ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏପରି ନିବେଦନ ପରେ କି ପ୍ରକାର ପଦକ୍ଷେପ ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ