ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପାଳନ ହୋଇଛି । ବରଗଡ଼ ଜିଲ୍ଲାର ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି ଜଣାଇଥିଲେ ପାଇକମାଳବାସୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ବରଗଡ଼ବାସୀଙ୍କ ପାଇଁ ସ୍ବାସ୍ଥ୍ୟକ୍ଷେତ୍ରରେ ଆଉ ଏକ ଲକ୍ଷ୍ୟ ହାସଲ ହୋଇଛି । ବରଗଡ଼ ଜିଲ୍ଲାର ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ଗତ ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଳ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ । ଲୋକଙ୍କର ଦାବି ମୁତାବକ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଖୁବଶୀଘ୍ର ପାଳନ ହୋଇଥିବାରୁ ପାଇକମାଳ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।