ଓଡିଶା

odisha

ଏଥର ବରଗଡ ଧନୁଯାତ୍ରାରେ ନୂଆ କଂସ, ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧ

By

Published : Nov 11, 2019, 10:59 PM IST

ଧନୁଯାତ୍ରା ପାଇଁ ନୂତନ କଳକାର ଚୟନ ପାଇଁ କମିଟି ପକ୍ଷରୁ ବିଜ୍ଞପ୍ତି ଜାରି । କଳାକାରଙ୍କ ସହ ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ...

ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନକୁ ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧ

ବରଗଡ଼: ଡିସେମ୍ବର 31ରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ତେବେ ଏଥିପାଇଁ କମିଟିର ନୂତନ କଳାକାର ଚୟନ ନିଷ୍ପତ୍ତି ଯୋଗୁଁ ଏବେ ବିବାଦୀୟ ସ୍ଥିତି ଆଡକୁ ଗତି କରୁଛି ଯାତ୍ରା । ମୁଖ୍ୟତଃ କଂସ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ କମିଟି ପକ୍ଷରୁ ସମସ୍ତ କଳାକାରଙ୍କୁ ନୂତନ ଭାବେ ଚୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହା ପରେ ଜିଲ୍ଲାର ବିଭିନ୍ନ କଳାକାରଙ୍କ ମଧ୍ୟରେ ବିରୋଧର ସ୍ଵର ଉଠିବାକୁ ଲାଗିଛି । ତେବେ ସୋମବାର ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ବାହାରି ଥିଲେ ଏବଂ ବରଗଡ ଜିଲ୍ଲାପାଳଙ୍କ ନିକଟରେ କବି ମାନଙ୍କ ସହିତ ନୂତନ କଳାକାର ଚୟନକୁ ସ୍ଥଗିତ ରଖାଯାଉ ବୋଲି ଦାବିପତ୍ର ପ୍ରଦାନ କରିଥିଲେ ।

ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନକୁ ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧ

ଡିସେମ୍ବର 31ରୁ 2020 ଜାନୁଆରୀ 10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟୁଥିବା କଂସଙ୍କ ସହିତ ସମସ୍ତ କଳାକାରଙ୍କ ଚୟନ ନୂତନ ଭାବେ କରାଯିବାକୁ କଳାକାର ମାନେ ବିରୋଧ କରୁଥିଲେ ହେଁ କମିଟି ପକ୍ଷରୁ ଏହି ଚୟନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।

ଯାହାକୁ ନେଇ ପଦ୍ମଶ୍ରୀ ହଲଧର ନାଗଙ୍କ ସମେତ ବହୁ କବି ଓ କଳାକାର ଏହି ଚୟନକୁ ବିରୋଧକରି ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ କରିଥିଲେ । ଦୁଇବର୍ଷ ତଳେ କଂସ ଚୟନ ସରିଥିବା ବେଳେ ଏଥର ପୁଣି କଂସ ଚୟନକୁ କଳାକାର ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କଂସ ଚୟନକୁ ବିରୋଧ କରି ଧନୁଯାତ୍ରା କଳାକାର ସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ହଲଧର ନାଗ, ବ୍ୟଙ୍ଗକବି ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ବରଗଡ଼ ଜିଲ୍ଲା ମିଳିତ କଳାକାର ମଞ୍ଚର ସମ୍ପାଦକ ଚୈତନ୍ୟ ପାଇକ, କୋଶଳ ଫାଉଣ୍ଡେସନର ମୁଖ୍ୟ ଇଂ ଦେବବ୍ରତ ମିଶ୍ରଙ୍କ ସମେତ ବହୁ କବି ଓ କଳାକାର ଏଥିରେ ସାମିଲ ହୋଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details