ଓଡିଶା

odisha

ETV Bharat / state

ଲଙ୍କେଶ୍ବରୀଙ୍କ ବେଶରେ ଗାଁ ପରିକ୍ରମା କଲେ ପଦ୍ମଶ୍ରୀ ହଳଧର - ପଦ୍ମଶ୍ରୀ ହଲଧର ନାଗ

ମା' ଲଙ୍କେଶ୍ବରୀଙ୍କ ବେଶରେ ନିଜ ଗ୍ରାମ ପରିକ୍ରମା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ଶାରଦୀୟ ଦୁର୍ଗା ପୂଜା ଅବସରରେ ନବମୀ ଓ ଦଶମୀ ଦୁଇ ଦିନ ଧରି ହଳଧର ନାଗ ଲଙ୍କେଶ୍ବରୀ ବେଶ ଧାରଣ କରି ବାଜା ଢୋଲ ସହ ଗାଁ ପରିକ୍ରମା କରିବାର ପରମ୍ପରା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Oct 7, 2019, 10:00 PM IST

ବରଗଡ: ମା' ଲଙ୍କେଶ୍ବରୀଙ୍କ ବେଶରେ ନିଜ ଗ୍ରାମ ପରିକ୍ରମା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ବରଗଡ ଜିଲ୍ଲା ଘେସରରେ ପଦ୍ମଶ୍ରୀ ହଳଧର ନାଗଙ୍କ ଘର । ଶାରଦୀୟ ଦୁର୍ଗା ପୂଜା ଅବସରରେ ନବମୀ ଓ ଦଶମୀ ଦୁଇ ଦିନ ଧରି ହଳଧର ନାଗ ଲଙ୍କେଶ୍ବରୀ ବେଶ ଧାରଣ କରି ବାଜା ଢୋଲ ସହ ଗାଁ ପରିକ୍ରମା କରିଥାନ୍ତି । ଚଳିତ ବର୍ଷ ଦଶହରାରେ ମଧ୍ୟ ହଳଧର ନାଗ ଏହି ବେଶ ଧାରଣ କରି ସହର ପରିକ୍ରମା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ଼ ଜିଲ୍ଳା ଘେସର ରାଜବାଟୀରେ ଜମିଦାରୀ ସମୟରୁ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳନ କରାଯାଉଛି । ସେହି ଜମିଦାର ମାଧୋ ସିଂଙ୍କ ବଂଶଜ ଏହି ପରମ୍ପରାକୁ ବଞ୍ଚିତ ରଖି ଦଶହରା ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବଂ ମା' ଦୁର୍ଗାଙ୍କ ପୂଜା କରିଥାନ୍ତି ।

ଦୁର୍ଗା ପୂଜାକୁ ସରସ, ସୁନ୍ଦର ଓ ଆକୃଷ୍ଟ କରିବା ପାଇଁ ରାମଲୀଳା କାର୍ଯ୍ୟକ୍ରମ କରାଯାଇଥାଏ । ରାମାୟଣର ବିଭିନ୍ନ ଚରିତ୍ରର ବେଶ ଧାରଣ କରି କଳାକାର ମାନେ ଗ୍ରାମ ପରିକ୍ରମା କରିଥାନ୍ତି । ଏହି କ୍ରମରେ ଲଙ୍କେଶ୍ଵରୀ ଚରିତ୍ର କରୁଥିବା ପଦ୍ମଶ୍ରୀ ହଲଧର ନାଗ ଲଙ୍କେଶ୍ବରୀ ବେଶ ଧାରଣ କରି ନିଜ ଗ୍ରାମ ପରିକ୍ରମା କରିଛନ୍ତି । ରଥଯାତ୍ରା ସମୟରେ ପଦ୍ମଶ୍ରୀ ହଳଧର ଚଣା ରାନ୍ଧି ବିକ୍ରି କରିବା ଘଟଣା ଯେପରି ଅଞ୍ଚଳବାସୀଙ୍କ ପାଇଁ ନୂଆ କଥା ନଥିଲା ସେହିପରି ଏହି ଲଙ୍କେଶ୍ଵରୀ ବେଶରେ ଗ୍ରାମରେ ପରିକ୍ରମା କରିବା ମଧ୍ୟ ଗ୍ରାମବାସୀଙ୍କ ପାଇଁ ବହୁ ପୁରୁଣା ଦୃଶ୍ୟ ।

ଲୋକ କବି ବୋଲାଉଥିବା ତଥା ପଦ୍ମଶ୍ରୀ ପୁରସ୍କୃତ ହଳଧର ଲଙ୍କେଶ୍ବରୀ ବେଶରେ ରାଜବାଟୀରୁ ନାଚି ନାଚି ବାହାରି ନଗର ପରିକ୍ରମା କରିବାର ଦୃଶ୍ୟ ଦେଖିବାକୁ ଆଖପାଖରେ ଭିଡ ପରିଲକ୍ଷିତ ହୋଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details