ବରଗଡ: ପ୍ରବଳ ବର୍ଷା କାରଣରୁ ଜଳମଗ୍ନ ପଦ୍ମପୁର ସହର । ଶନିବାର ଠାରୁ ବରଗଡ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି । ଏହି କ୍ରମରେ ପଦ୍ମପୁର ସହରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ପଦ୍ମପୁର ଏନଏଏସିର ଅବହେଳା ପାଇଁ କୃତ୍ରିମ ବନ୍ୟା ସହ ସହରବାସୀଙ୍କ ମୁକାବିଲା - ବରଗଡ ଖବର
ପ୍ରବଳ ବର୍ଷା କାରଣରୁ ଜଳମଗ୍ନ ପଦ୍ମପୁର ସହର । ଶନିବାର ଠାରୁ ବରଗଡ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି । ଏହି କ୍ରମରେ ପଦ୍ମପୁର ସହରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
![ପଦ୍ମପୁର ଏନଏଏସିର ଅବହେଳା ପାଇଁ କୃତ୍ରିମ ବନ୍ୟା ସହ ସହରବାସୀଙ୍କ ମୁକାବିଲା ପଦ୍ମପୁର ଏନଏଏସିର ଅବହେଳା ପାଇଁ କୃତ୍ରିମ ବନ୍ୟା ସହ ସହରବାସୀଙ୍କ ମୁକାବିଲା](https://etvbharatimages.akamaized.net/etvbharat/prod-images/768-512-8444782-607-8444782-1597596623570.jpg)
ପଦ୍ମପୁର ଏନଏଏସିର ଅବହେଳା ପାଇଁ କୃତ୍ରିମ ବନ୍ୟା ସହ ସହରବାସୀଙ୍କ ମୁକାବିଲା
ପଦ୍ମପୁର ଏନଏଏସିର ଅବହେଳା ପାଇଁ କୃତ୍ରିମ ବନ୍ୟା ସହ ସହରବାସୀଙ୍କ ମୁକାବିଲା
ତେବେ ଚଳିତ ବର୍ଷ ଋତୁ ପୂର୍ବରୁ ପଦ୍ମପୁର ଏନଏଏସି କର୍ତ୍ତୃପକ୍ଷ ସହରରେ ରହିଥିବା ନାଳ ନର୍ଦ୍ଦମା ଗୁଡିକୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସଫା କରିନଥିବାରୁ ସହରରେ ପ୍ରଥମ ବର୍ଷାରୁ ହିଁ କୃତ୍ରିମ ବନ୍ୟା ଦେଖାଦେଇଛି । ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ପ୍ରଭାହିତ ହେଉଥିବାବେଳେ ଦୋକାନ ମାନଙ୍କ ଭିତରେ ପାଣି ଭର୍ତ୍ତି ହୋଇରହିଛି । ଶେଷରେ ଅଗ୍ନିଶମ ବିଭାଗକୁ ପାଣି ନିଷ୍କାସନ କରିବାକୁ ପଡିଥିଲା । ହେଲେ ବିଭାଗକୁ ଏହି ପାଣି ନିଷ୍କାଶନ ପାଇଁ ନାକେଦମ ହେବାକୁ ପଡିଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ