ଓଡିଶା

odisha

ETV Bharat / state

ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ, ପିଙ୍କ ବୁଥରେ ଭୋଟ ଦେଇ ଖୁସିବ୍ୟକ୍ତ କଲେ ମହିଳା - ପିଙ୍କ ବୁଥରେ ଭୋଟ ଦେଇ ଖୁସିବ୍ୟକ୍ତ କଲେ ମହିଳା

ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ । ୬ଟି ପିଙ୍କ ବୁଥରେ ମତ ସାବ୍ୟସ୍ତ କଲେ ମହିଳା ଭୋଟର । ଅଧିକ ପଢନ୍ତୁ

ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ
ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ

By

Published : Dec 6, 2022, 8:29 AM IST

ବରଗଡ: ସୋମବାର ଶେଷ ହୋଇଯାଇଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫ ହଜାର ୪୭୪ ଭୋଟର ମତଦାନ କରିଥିଲେ । ସେଥିମଧ୍ୟରୁ ତିନି ଗୋଟି ବ୍ଲକରେ ଦୁଇଟି ଲେଖାଏଁ ପିଙ୍କ ବୁଥ୍ କରାଯାଇଥିଲା । ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ଅଞ୍ଚଳରେ ୬ଟି ପିଙ୍କ ବୁଥରେ ମହିଳା ଭୋଟରମାନେ ଭୋଟ ଦେଇଥିଲେ ।

ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ

ପିଙ୍କ ବୁଥଗୁଡିକୁ ବେଲୁନରେ ସାଜସଜ୍ଜା କରାଯାଇଥିବା ବେଳେ ମହିଳାମାନେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଇଥିଲେ । ସମସ୍ତ ପିଙ୍କ ବୁଥମାନଙ୍କରେ ମହିଳା ସ୍ବେଚ୍ଛାସେବୀ, ମହିଳା ନିର୍ବାଚନ କର୍ମଚାରୀ, ସହାୟତା କେନ୍ଦ୍ର ଆଦିରେ ସମସ୍ତ ମହିଳା ପିଙ୍କ ରଙ୍ଗର ବସ୍ତ୍ର ପରିଧାନ କରିଥିଲେ । ପଦ୍ମପୁର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବା ବେଳେ ମହିଳାମାନଙ୍କର ଅଧିକ ମାତ୍ରାରେ ମତଦାନ ପାଇଁ ଏହା ସମ୍ଭବ ହୋଇପାରିଛି ।

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଅପରାହ୍ନ ୩ ଟା ସୁଦ୍ଧା ୬୫.୨୮ ପ୍ରତିଶତ ମଦଦାନ ହୋଇଥିଲା । ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନ ପାଇଁ କେନ୍ଦ୍ରୀୟ ଫୋର୍ସ ସହ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଥିଲା । କାଁ ଭାଁ ବିଶୃଙ୍ଖଳାକୁ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି । ତେବେ ପଦ୍ମପୁରରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫.୮୯ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଥିଲା ।

ସନ୍ଧ୍ୟା ୪ଟା ସୁଦ୍ଧା ମତଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଲମ୍ବା ସଂଖ୍ୟାରେ ଭୋଟର ଲାଇନରେ ଥିବାରୁ ସନ୍ଧ୍ୟା ଯାଏଁ ଭୋଟଦାନ କରିଥିଲେ ଭୋଟର । ଏନେଇ ସୂଚନା ଦେଇଥିଲେ ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୀଷା ବାନାର୍ଜୀ । ତେବେ କାଁଭା କିଛି ବିଶୃଙ୍ଖଳାକୁ ଛାଡିଦେଲେ ଶୃଙ୍ଖଳାର ସହ ମତଦାନ ହୋଇଥିଲା । ନିର୍ବାଚନ ପରିଚାଳନା ପାଇଁ ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ମୁତୟନ ହୋଇଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details