ବରଗଡ:ପଦ୍ମପୁର ଉପନିର୍ବାଚନ ଶେଷ ହୋଇଛି । ବିଧାୟକ ବିଜୟ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଶେଷ ହୋଇଛି । ବିଶେଷକରି ମାଓ ପ୍ରବଣ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ମତଦାନ କରିଛନ୍ତି ଜନତା । ପଦ୍ମପୁର ଓ ପାଇକମାଳ ମାଓ ପ୍ରବଣ ଅଞ୍ଚଳରେ ରହିଥିବା ଗାଁମାନଙ୍କରେ ଲୋକେ ନିର୍ଭୟରେ ମତଦାନ କରିଛନ୍ତି । କିଛିଦିନ ତଳେ ବରଗଡ ବଲାଙ୍ଗୀର ସୀମାନ୍ତ ଅଞ୍ଚଳରେ ଜଣେ ମାଓବାଦୀ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ପଦ୍ମପୁର ଓ ପାଇକମାଳ ରାସ୍ତାରେ ମାଓ ପୋଷ୍ଟର ଦେଖାଯାଇଥିଲା । ଏହାକୁ ନେଇ ସେଠାକାର ଲୋକେ ଭୟଭୀତ ଥିଲେ । ନିର୍ବାଚନ ଥିବାରୁ ଏହି ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଅଞ୍ଚଳରେ ସୁରୁଖୁରୁରେ ଭୋଟିଂ ଶେଷ ହୋଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକାର ଲୋକଙ୍କୁ ନିର୍ଭୟରେ ମତଦାନ ପାଇଁ ଅନୁରୋଧ ମଧ୍ୟ କରାଯାଇଥିଲା । ତେବେ ମାଓ ଅଞ୍ଚଳରେ ମତଦାନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଞ୍ଜିଟ ବୁଥର ଆୟୋଜନ କରାଯାଇଥିଲା । ମାଓ ପ୍ରବଣ ଅଞ୍ଚଳରେ କରାଯାଇଥିବା ବୁଥଗୁଡିକରେ ପୂର୍ବ ଦିନରୁ EVM ମେସିନ ଓ ନିର୍ବାଚନ କର୍ମଚାରୀଙ୍କୁ ରଖାନଯାଇ ଅନ୍ୟ ସ୍ଥାନରେ ସୁରକ୍ଷିତ ଭାବେ ରଖାଯାଇଥିଲା । ସୋମବାର ସକାଳୁ EVM ମେସିନଗୁଡିକୁ ବୁଥକୁ ଅଣାଯାଇଥିଲା ଓ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା ।
ଏହି ବି ପଢନ୍ତୁ...Padmapur Bypoll: ସରିଲା ଭୋଟିଂ, ବିଜୟ ନେଇ କଂଗ୍ରେସ ପ୍ରାର୍ଥୀଙ୍କ ଦମ୍ଭୋକ୍ତି