ଭୁବନେଶ୍ବର: ପଦ୍ମପୁର (Padmapur By Poll) ରେ ପଡିସାରିଛି ଭୋଟ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । ଏବେ ବଡ ପ୍ରଶ୍ନ କିଏ ଜିତିବ ପଦ୍ମପୁର ବାଜି । ପଦ୍ମପୁର ପାଇଁ ଚାଲିଥିବା ସ୍ବାଭିମାନର ଏହି ଲଢେଇରେ ଭୋଟ ପ୍ରତିଶତ ଅଧିକ ରହିଛି । ଅର୍ଥାତ 81 ପ୍ରତିଶତ ଉପରେ ହୋଇଛି ମତଦାନ । ବଡ କଥା ହେଲା ପଦ୍ମପୁରବାସୀ କାହାକୁ ଭୋଟ ଦେଇଛନ୍ତି । ବିଜେଡି, ବିଜେପି ନା କଂଗ୍ରେସ ? ଏହି ଚର୍ଚ୍ଚା ମଧ୍ୟରେ ଆଜି ବରିଷ୍ଠ ରାଜନେତା ଦାମୋଦର ରାଉତ ଏନେଇ ବଡ ଭବିଷ୍ୟବାଣୀ କରିଛନ୍ତି ।
ଏହାବି ପଢନ୍ତୁ- Padampur bypoll: ପଦ୍ମପୁର ଉପନିର୍ବାଚନରେ 81.29% ମତଦାନ
ଦାମୋଦର ରାଉତ କହିଛନ୍ତି ପଦ୍ମପୁରରେ ବିଜେଡିକୁ ପୂର୍ଣ୍ଣ ବହୁମତ ମିଳିବ । ଅର୍ଥାତ ବର୍ଷା ସିଂ ବରିହା ବିଜୟୀ ହେବେ । କାରଣ ଲୋକ ସେହି ନେତାଙ୍କୁ ଭୋଟ ଦେବେ ଯାହା ଦ୍ବାରା ତାଙ୍କର କାମ ହେବ । ନବୀନଙ୍କ ଭାବମୂର୍ତ୍ତି ଏବଂ ବିଜେଡି କ୍ଷମତାରେ ରହିବା ଦ୍ବାରା ଲୋକଙ୍କ ଆସ୍ଥା ବିଜେଡି ଆଡକୁ ଯାଇଛି । ତେଣୁ ପଦ୍ମପୁରରେ ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ଅଧିକ ଜନସମର୍ଥନ ପାଇବ । ତେଣୁ ବିଜେଡି ହିଁ ଜିତିବ ବୋଲି କହିଛନ୍ତି ଦାମ ।
ସେପଟେ କଂଗ୍ରେସର ଭେଟେରାନ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ଅର୍ଥବଳ ଓ କ୍ଷମତା ଯାହା ପାଖରେ ରହିଛି ସେ ହିଁ ନିର୍ବାଚନ ଜିତିବ । ପଦ୍ମପୁର ଉପନିର୍ବାଚନରେ ଯିଏ ଅର୍ଥର ପ୍ରୟୋଗ କରିଛି । ଯାହା ପାଖରେ କ୍ଷମତା ରହିଛି ସେହିଁ ବିଜୟ ମୁକୁଟ ପିନ୍ଧିବ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଲୋକପ୍ରିୟତା ଥିଲେ ସୁଦ୍ଧା ନିର୍ବାଚନୀ ବୈତରଣୀ ପାର ହେବା ଏତେଟା ସହଜ ହେବନି । ଅର୍ଥାତ ଜିତିବା ସହଜ କଥା ନୁହେଁ । ଅଧିକ ପ୍ରତିଶତ ମତଦାନ ହେବା ଅର୍ଥ ଭୋଟ ଶାସକ ଦଳ ଆଡକୁ ଯିବା କଥା । କିନ୍ତୁ ପଦ୍ମପୁରରେ ସେପରି ହୋଇନପାରେ ।"
ଏହାବି ପଢନ୍ତୁ- Padmapur By Poll: ରେକର୍ଡ ଭୋଟିଂ, EVMରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ