ଓଡିଶା

odisha

ETV Bharat / state

Padmapur By Poll: ପ୍ରଦୀପଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ

ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢ଼ନ୍ତୁ

By

Published : Nov 27, 2022, 7:34 AM IST

Padmapur By Poll sambit patra campaign for bjp candidate pradeep purohit
Padmapur By Poll: ପ୍ରଦୀପଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ ପାତ୍ର

ବରଗଡ଼:ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖଉଛି ଧିରେ ଧିରେ ରାଜନୀତି ଉଷ୍ଣତା ସେତେ ବଢୁଛି । ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ହେଭିୱେଟ ନେତା । ତିନି ପ୍ରମୁଖ ଦଳର ବରିଷ୍ଠ ନେତୃମଣ୍ଡଳୀ ପଦ୍ମପୁରର ପୁରପଲ୍ଲୀଠୁ ଆରମ୍ଭ କରି ସହର ଯାଏ ଚାରିଆଡେ ପ୍ରଚାର ଜୋରଦାର ଚଳାଇଛନ୍ତି । ବିଜେପି ପ୍ରଚାରକୁ ତ୍ବରାନ୍ବିତ କରିବା ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପଦ୍ମପୁର ନିର୍ବାଚନମଣ୍ଡଳୀରେ ପହଞ୍ଚି ଝାରବନ୍ଧର ବିଳାଶପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଏବଂ ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ । ବିଳାସପୁରରେ ବିଶାଳ ସଭାରେ ସମ୍ବୋଧିତ କରିବା ପରେ ସମ୍ବିତ ପାତ୍ର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପାଇଁ ଝାରବନ୍ଦ ବ୍ଲକର କୁମୀର ଗ୍ରାମ ଓ ଜଗଦଲପୁର ଠାରେ ଆୟୋଜିତ ସଭାରେ ପ୍ରଚାର କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଚାଷୀଙ୍କୁ କହିଛନ୍ତି, "ସରକାର ଚାଷୀ କୋ କର ରେହି ହେ କଟନୀ ଛଟନି ଇସିଲିୟେ ୟେ ସରକାର କୋ ହେ ହଟନି । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଏହି ଅଞ୍ଚଳର ସୁରକ୍ଷା, ବିକାଶ ପାଇଁ ବହୁତ କିଛି କରିଛନ୍ତି । ଅଞ୍ଚଳର ସମସ୍ୟାକୁ ବିଧାନସଭାରେ କେବଳ ପ୍ରଦୀପ ପୁରୋହିତ ହିଁ ଉଠାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଉପନିର୍ବାଚନ ବେଳେ ପଦ୍ମପୁରରେ ମାଓ ପୋଷ୍ଟର, ନେତା ଓ ମନ୍ତ୍ରୀଙ୍କୁ ଦିଆଯାଇଛି ଧମକ

ଅପରପକ୍ଷେ ବିଜେଡିର ଯେତେ ବିଧାୟକ ହୋଇଛନ୍ତି ସେମାନେ କେବେ ବି ପଦ୍ମପୁରର କଥା ଉଠାନ୍ତି ନାହିଁ । ଚାଷୀଙ୍କ ଫସଲ ବୀମା ପଇସା ଯଦି ମିଳିଛି ତାହା ପ୍ରଦୀପ ପୁରୋହିତଙ୍କ ପାଇଁ ମିଳିଛି ।" ବିଜେଡି ସରକାର ଯେପରି ଚାଷୀଙ୍କ ଧାନ ମଣ୍ଡିରେ କଟନୀ ଛଟନୀ କରି ଚାଷୀ ମାରଣ ନୀତି କରିଛି ଏହି ସରକାରକୁ ଶାସନରୁ ହଟିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ଓଡିଶା ସରକାର ପଦ୍ମପୁରବାସୀଙ୍କ ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି । ପଦ୍ମପୁରର ଲୋକମାନେ ଏଥର ବିଜେଡିକୁ ହରାଇବା ସହ ବିଜେପିକୁ ଜିତାଇବେ ବୋଲି ସମ୍ବିତ ପାତ୍ର ଆଶା ରଖିଛନ୍ତି ବୋଲି କହିଥିଲେ । ଝାରବନ୍ଧର ବିଳାସପୁର ପରେ ସମ୍ବିତ ପାତ୍ର କୁମିର ଓ ଜଗଦଲପୁରରେ ଆଉ ଦୁଇଟି ବୈଠକ କରିଥିଲେ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details