ଓଡିଶା

odisha

ETV Bharat / state

Padmapur By poll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଳିକା - ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ (PadampurBypoll) ନେଇ ତାରକା ତାଲିକା ପ୍ରକାଶ କରିଛି କଂଗ୍ରେସ (Congress releases its star campaigners list) । 40 ଜଣିଆ ତାରକା ତାଲିକା କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief Electoral Officer ) ଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଳିକା
କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଳିକା

By

Published : Nov 19, 2022, 8:42 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (PadampurBypoll) ନେଇ ତାରକା ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ (Congress releases star campaigners list) । 40 ଜଣିଆ ତାରକା ତାଲିକା କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief Electoral Officer)ଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି । ତାଲିକାରେ ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ବର୍ତ୍ତମାନ ଓ ପୂର୍ବତନ ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟକ ସାମିଲ ଅଛନ୍ତି ।

PadampurBypoll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଳିକା

ଏହାବି ପଢନ୍ତୁ- Padmapur ByPoll: ପ୍ରଚାର କରିବେ BJDର 40 ଷ୍ଟାର ପ୍ରଚାରକ, ଜାଣନ୍ତୁ ତାଲିକାରେ କିଏ

ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜୀବ ବିଶ୍ୱାଳ, CWC ସଦସ୍ୟ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲକା, ଡକ୍ଟର ରାମ ଚନ୍ଦ୍ର ଖୁଣ୍ଟିଆ, ସୁଶୀଲା ତିରିଆ, ଶରତ ରାଉତ, ବିଧାୟକ ସୁରେଶ କୁମାର ରାଉତ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି ରହିଛନ୍ତି ।

PadampurBypoll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଳିକା

ଏହାବି ପଢନ୍ତୁ- Padmapur ByPoll: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପାଇଲେ ୪ କେନ୍ଦ୍ରମନ୍ତ୍ରୀ

ସେହିପରି ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ, ରମେଶ ଜେନା, ଦଶରଥୀ ଗାମଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ଡକ୍ଟର ସି.ଏସ ରାଜନ ଏକ୍କା, ସୁରେନ୍ଦ୍ର ସିଂ ଭୋଇ, ଯଜ୍ଞେଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ସଞ୍ଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବର୍ତା, ଭୁଜବଳ ମାଝୀ, ଅମୀୟ ପଟ୍ଟନାୟକ, ବଙ୍କନିଧି ବେହେରା, ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ହମିଦ ହୁସେନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details