ବରଗଡ଼:ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଗଣତନ୍ତ୍ରର ବିଧି ବ୍ୟବସ୍ଥା ଅନୁଯାୟୀ ଦଳୀୟ ପ୍ରଚାର କାର୍ଯ୍ୟ ଚାଲୁଥିବାବେଳେ ଶାସକ ବିଜେଡି ସମସ୍ତ ବିଧିକୁ ଉଲ୍ଲଂଘନ କରି ଶାସନ କ୍ଷମତାକୁ ବ୍ୟବହାର କରି ନିର୍ବାଚନ ପ୍ରଚାର କରିବା ସହିତ ଭୋଟରମାନଙ୍କୁ ପ୍ରଭାବିତ କରିବା ଅଭିଯୋଗ କରିଛି ବିଜେପି । ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହୀତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି l
ପଦ୍ମପୁର ପବ୍ଲିକ ସ୍କୁଲ ପରିସରରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇଥିଲେ । ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ କିରଣ ପଣ୍ଡାଙ୍କ ସ୍ବାମୀ ତଥା ଅଞ୍ଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡାଙ୍କ ଦ୍ବାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାର ମାଣ୍ଡୋସିଲ ଡିଗ୍ରୀ କଲେଜର ପ୍ରିନ୍ସିପାଲ ବିନୟ ରଞ୍ଜନ ପଣ୍ଡା ଏବଂ ଡଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର ରଥଙ୍କ ସମେତ ଅନ୍ୟ ଉପସ୍ଥିତ ଶିକ୍ଷକ ଓ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।
ଏହା ମଧ୍ୟ ପଢ଼ନ୍ତୁ:Padmapur bypoll: ପଦ୍ମପୁରରେ ଜମୁଛି ପ୍ରଚାର, ବର୍ଷା ଖାଇଲେ ପଖାଳ ପ୍ରଦୀପଙ୍କ କୀର୍ତ୍ତନ