ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା 13 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ଏନେଇ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି । ନାକଚ ହୋଇଥିବା ଉଭୟ ନାମାଙ୍କନ ପାତ୍ର ସ୍ଵାଧୀନ ପ୍ରାର୍ଥୀଙ୍କ ହୋଇଥିବା ଜଣାପଡିଛି । ଉଭୟ ପ୍ରାର୍ଥୀ ପଦ୍ମପୁର ନିର୍ବାଚନମଣ୍ଡଳୀ ବାହାରର ହୋଇଥିବା ବେଳେ ଉପଯୁକ୍ତ ଦସ୍ତାବେଜ ପ୍ରଦାନ କରିନଥିବା ଯୋଗୁଁ ସେମାନଙ୍କ ନାମାଙ୍କନ ପତ୍ର ଖାରଜ କରାଯାଇଛି ।
ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ସମୟ 17 ତାରିଖ ରହିଥିଲା । 17 ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ହେଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରଥମ କରି ନାମାଙ୍କନ ପତ୍ର ଦାଖଲ କରିଥିବା ଜୟନ୍ତ ଥାପାଙ୍କର ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଖାରଜ କରାଯାଇଛି । ସେହିପରି ଦେବବ୍ରତ ଶୁନାନୀ ନାମକ ସ୍ଵାଧୀନ ପ୍ରାର୍ଥୀଙ୍କର ମଧ୍ୟ ନାମାଙ୍କନ ପତ୍ର ଖାରଜ ହୋଇଛି । ଉଭୟ ପ୍ରାର୍ଥୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନୁହଁନ୍ତି । ଏଥିସହ ସେମାନେ ଆବଶ୍ୟକୀୟ ଇଲୋକ୍ଟୋରାଲ ସାର୍ଟିଫାଏ କପି ଦସ୍ତାବିଜ ପ୍ରଦାନ କରିନଥିଲେ । ତେଣୁ ସେମାନଙ୍କର ନାମାଙ୍କନ ପତ୍ରକୁ ନାକଚ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ।
ଏହା ମଧ୍ୟ ପଢ଼ନ୍ତୁ:Padmapur ByPoll: ନିର୍ବାଚନ ପରିଚାଳନା ପ୍ରସ୍ତୁତି ଦେଖିଲେ ପର୍ଯ୍ୟବେକ୍ଷକ