ଓଡିଶା

odisha

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆର୍‌ଡିସି

By ETV Bharat Odisha Team

Published : Dec 5, 2023, 6:31 AM IST

ଖୁବଶୀଘ୍ର ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଜିଲ୍ଲା ମୁଖ୍ୟାଳୟ ନିର୍ମାଣ ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିସନର(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇ ପଦ୍ମପୁର ଗସ୍ତ କର ଭିନ୍ନଭିନ୍ନ 3ଟି ସ୍ଥାନ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ପଦ୍ମପୁରକୁ  ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆରଡିସି
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆରଡିସି

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆରଡିସି

ବରଗଡ: ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳିବ । ଗତ ବିଧାନସଭା ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ପୂରଣ ହେବ । ଜିଲ୍ଲା ଘୋଷଣା ପାଇଁ ଚଳିତ ମାସ 31(ଡିସେମ୍ବର31) ସୁଦ୍ଧା ସମୟ ନିର୍ଘଣ୍ଟ ଥିବା ବେଳେ ନୂଆ ଜିଲ୍ଲା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜିଲ୍ଲା ମୁଖ୍ୟାଳୟ ନିର୍ମାଣ ପାଇଁ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିସନର(ଆରଡିସି) ସୁରେଶ ଚନ୍ଦ୍ର ଦଳାଇ ପଦ୍ମପୁର ଗସ୍ତ କର ଭିନ୍ନ ଭିନ୍ନ 3ଟି ସ୍ଥାନ ପରିଦର୍ଶନ କରିଛନ୍ତି । ଆରଡିସି ଯେଉଁ ସ୍ଥାନ ଗୁଡିକ ପରିଦର୍ଶନ କରିଛନ୍ତି ସେହି ସ୍ଥାନ ଗୁଡିକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସମେତ ସରକାରୀ କ୍ବାଟର୍ସ ନିର୍ମାଣ ପାଇଁ ଆବଶ୍ୟକୀୟ ସ୍ଥାନ ଦେଖି ସମୀକ୍ଷା କରିଛନ୍ତି। ଏନେଇ ରାଜସ୍ବ କମିଶନର ସମସ୍ତ ସ୍ଥାନ ଗୁଡିକର ସ୍ଥିତିକୁ ନେଇ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ । ପରବର୍ତ୍ତୀ ନିଷ୍ପତି ରାଜ୍ୟ ସରକାର ନେବେ ।

ଅଧିକ ପଢନ୍ତୁ- ପୁଣି ଘୋଷଣାରେ ସୀମିତ ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ: BJP

ଦୀର୍ଘ ବର୍ଷ ଧରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଦାବି ସହ ଆନ୍ଦୋଳନ କରିଆସୁଛନ୍ତି । ବରଗଡ ଜିଲ୍ଲା ମୁଖ୍ୟାଳୟ ଠାରୁ ପଦ୍ମପୁର ଉପଖଣ୍ଡର ଦୂରତା 80 କିଲୋମିଟର ହୋଇଥିବା ବେଳେ ବିଭିନ୍ନ ସରକାରୀ କାମ ଓ ଦୈନନ୍ଦିନ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ପ୍ରଶାସନିକ କାର୍ଯ୍ୟ ପାଇଁ ବରଗଡକୁ ଧାଇଁ ଧାଇଁ ନୟାନ୍ତ ହୋଇପଡୁଛନ୍ତି। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରାଗଲେ ପଦ୍ମପୁର ଅଞ୍ଚଳର ବିକାଶ ହେବା ସହିତ ଏଠାକାର ଲୋକଙ୍କ ମଧ୍ୟ ବିକାଶ ନିଶ୍ଚୟ ହେବ ବୋଲି ଆଶା କରିଛନ୍ତି ଅଞ୍ଚଳବାସୀ । ଏନେଇ ବାରମ୍ବାର ଆନ୍ଦୋଳନ ଧର୍ମଘଟ ଚାଲୁଥିଲା । ହେଲେ ଗତ ବର୍ଷ ପଦ୍ମପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ବେଳେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଫଳରେ ଲୋକଙ୍କ ଦାବି ଦେଖି ମୁଖ୍ୟମନ୍ତ୍ରୀ ନିଜେ 2023 ଶେଷ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଘୋଷଣା କରିଥିଲେ । ଚଳିତ ମାସ ମୁଖ୍ୟମନ୍ତ୍ରୀ ଦେଇଥିବା ସମୟ ଶେଷ ହେଉଥିବା ବେଳେ ଏବେ ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଯୋରଦାର ହୋଇଛି ।

ଆସନ୍ତା ବର୍ଷ ପ୍ରାରମ୍ଭରେ ପୁଣି ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାଜ୍ୟ ସରକାର ନିଜ ପ୍ରତିଶୃତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସେପଟେ ଅଞ୍ଚଳ ବାସୀ ମଧ୍ୟ ସରକାରଙ୍କ ପଦକ୍ଷେପ ଉପରେ ନଜର ରଖିଛନ୍ତି । ଏବେ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପଦ୍ମପୁର ଉପଖଣ୍ଡରେ ଖୁସିର ମାହୋଲ ଦେଖାଦେଇଛି ।

ଏନେଇ ଆରଡିସି ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି, "ଜିଲ୍ଲା ମୁଖ୍ୟାଳୟ ନିର୍ମାଣର ସ୍ଥାନ ନିରୂପଣ ପାଇଁ ଏକ କମିଟି ଗଠନ କରାଯାଇଛି । କମିଟି ଆଜି ବିଭିନ୍ନ ସ୍ଥାନ ବୁଲି ଦେଖିଛି । ଜିଲ୍ଲା ମୁଖ୍ୟାଳୟ ନିର୍ମାଣ ପାଇଁ ଅତି କମରେ 5 ଏକର ଜମିର ଆବଶ୍ୟକତା ରହିଛି । ସରକାରୀ ଜମିରେ ଏହା ନିର୍ମାଣ ହେବ । ଜମି ଚିହ୍ନଟ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ସରକାର ନିଷ୍ପତି ନେବେ।"

ଆଜି ଏହି ସ୍ଥାନ ନିରୂପଣ ପାଇଁ କମିଟିରେ ଆର୍‌ଡିସିଙ୍କ ସହିତ ବରଗଡ଼ ADM ଲଲାଟ କୁମାର ଲୁହା, ପଦମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ତହସିଲଦାର, ଆରଆଇ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details