ଓଡିଶା

odisha

By

Published : Dec 1, 2022, 7:55 AM IST

ETV Bharat / state

Padampur Bypoll: ନବୀନ ସରକାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଜବାବ ଦେଲା ବିଜେଡି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟର ଜବାବ ରଖିଲା ବିଜେଡି । କେନ୍ଦ୍ରମନ୍ତ୍ରୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହିଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ

Padampur Bypoll: ନବୀନ ସରକାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଜବାବ ଦେଲା ବିଜେଡି
Padampur Bypoll: ନବୀନ ସରକାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଜବାବ ଦେଲା ବିଜେଡି

ବରଗଡ: ଆସନ୍ତା ୫ରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ(Padampur Bypoll) । ଏଥିପାଇଁ ସରଗରମ ରହିଛି ସାରା ପଦ୍ମପୁର ନିର୍ବାଚନମଣ୍ଡଳୀ । ବିଜେଡି ଓ ବିଜେପି ଦଳର ମାଳ ମାଳ ନେତା ଓ ମନ୍ତ୍ରୀ ଏଠାରେ ଡେରା ପକାଇଛନ୍ତି । ସାଧାରଣ ସଭା ଆୟୋଜିତ କରି ଦୁଇ ଦଳ ପରସ୍ପର ସରକାରଙ୍କ ବିରୋଧରେ ନାନା ମନ୍ତବ୍ୟ ରଖୁଥିବା ବେଳେ ଏହାକୁ ନେଇ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚାଲିଛି ସ୍ପଷ୍ଟୀକରଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସଭାରେ ବିଜେଡି ସରକାରକୁ କରିଥିବା ଟାର୍ଗେଟର ଦିନକ ପରେ ଜବାବ ଦେଇଛି ବିଜେଡି ।

Padampur Bypoll: ନବୀନ ସରକାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଜବାବ ଦେଲା ବିଜେଡି

ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ବିଜେଡି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ କରି ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସଭାରେ ନରେନ୍ଦ୍ର ମୋଦି ରାଜ୍ୟକୁ ଅର୍ଥ ପ୍ରଦାନ କଲେ ବୋଲି ବାରମ୍ବାର କହୁଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ''ନରେନ୍ଦ୍ର ମୋଦି ଅର୍ଥ ଦେଇ ନାହାନ୍ତି, କେନ୍ଦ୍ର ସରକାର ଦେଇଛି ଏବଂ ତାହା ପୁଣି ରାଜ୍ୟରୁ ଯାଉଥିବା ରାଜକୋଷରୁ ଅର୍ଥ ପ୍ରଦାନ କରୁଛନ୍ତି ।'' ତେଣୁ ନରେନ୍ଦ୍ର ମୋଦି କିପରି ଦେଲେ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶ୍ନ କରିଛନ୍ତି । ଓଲଟା ରାଜ୍ୟ ଯେତେ ଭାଗୀଦାର ପାଇବା କଥା ସେହି ଅର୍ଥ କେନ୍ଦ୍ର ରାଜ୍ୟକୁ ଦେଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଏହାମଧ୍ୟ ପଢନ୍ତୁ: Padampur Bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଆହୁରି ମଧ୍ୟ ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀମାନେ ଏଠାକୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ଅଞ୍ଚଳର କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି ଭଳି ବିଭ୍ରାନ୍ତିକର କଥା ପଦ୍ମପୁରବାସୀଙ୍କୁ କହୁଛନ୍ତି । ହେଲେ ପ୍ରକୃତରେ ଦେଖିବାକୁ ଗଲେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଅନେକ ଯୋଜନା କରି ସେମାନକ ଉଜ୍ବଳ ଭବିଷ୍ୟତ ପାଇଁ ଚେଷ୍ଟିତ ଥିବାବେଳେ, କେନ୍ଦ୍ର ସରକାର କେନ୍ଦୁପତ୍ରରେ ୧୮% GST ଲଗାଇ ଗରିବଙ୍କ ପେଟରେ ଲାତ ମାରୁଛି । ନରେନ୍ଦ୍ର ମୋଦି ୨୦୧୪ରେ ଚାଷୀଙ୍କ ଧାନ ମୂଲ୍ୟ ଦ୍ଵିଗୁଣା କରାଯିବ ବୋଲି କହିଥିଲେ । ହେଲେ ଏବେ ଯାଏ ଧାନର ମୂଲ୍ୟ ଦ୍ଵିଗୁଣା ହେଲା କି ? ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରୁଥିବା କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details