ଭୁବନେଶ୍ବର: ପଦ୍ମପୁର ବ୍ୟାଟେଲ (Padampur by Poll) ପାଇଁ ପ୍ରସ୍ତୁତ ମୈଦାନ । ଲଢେଇରେ ବାଜି ମାରିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ପ୍ରାର୍ଥୀ ଚୟନକୁ ନେଇ ପୁରା ସିରିୟସ 3 ଦଳ । ଆଜି ବିଜେପି ଓ କଂଗ୍ରେସ ବିଧିବଦ୍ଧ ଭାବେ ନିଜ ଯୋଦ୍ଧା ଘୋଷଣା କରିଛନ୍ତି । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ପଦ୍ମପୁରରେ ଚାଷ ଚାଷୀ ପ୍ରସଙ୍ଗକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଗେରୁଆ ଦଳ ।
ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବ ସହ ବିଜେପି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ସିଂଚାଇ ଯୋଜନା, ପିଏମ କିଷାନ ଭଳି କେନ୍ଦ୍ରୀୟ ଯୋଜନାକୁ ନେଇ ଭୋଟ ମାଗିବାକୁ ଯୋଜନା କରିଛି । ଏହାସହ କେନ୍ଦ୍ର ସରକାର କିଭଳି ଚାଷୀଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି ତାହାକୁ ନେଇ ଭୋଟ ମାଗିବ ଦଳ । ଏତତ ବ୍ୟତୀତ କେନ୍ଦ୍ରରେ ମୋଦି ସରକାର କୋଭିଡ କାଳରେ କିପରି ଚାଷୀଙ୍କ ପାଇଁ ସହାୟକ ହୋଇପାରିଛି ସେକଥା କହି ଭୋଟ ମାଗିବ ବିଜେପି । ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ଚାଷୀଙ୍କୁ ଜୀବନ ଓ ଜୀବିକାକୁ କିପରି ବଞ୍ଚାଇ ରଖିପାରିଛି ତାହା ମଧ୍ୟ ଲୋକଙ୍କ ବୁଝାଇବ ଦଳ ।
ଏହାବି ପଢନ୍ତୁ- Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !
ସେପଟେ ପଦ୍ମପୁର ଉପ ନିର୍ବାଚନ ଜିତି ଦଳକୁ ଶକ୍ତି ଦେବା ପାଇଁ କମର କଷୁଛି କଂଗ୍ରେସ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦଳରେ କୌଣସି ସମସ୍ୟା ନାହିଁ । ନବୀନ ଓ ମୋଦଙ୍କ ସପକ୍ଷରେ ହାୱା ନାହିଁ । ସତ୍ୟଭୂଷଣ ସାହୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଚାଷୀଙ୍କୁ ବିରୋଧ କରୁଛି । ବିଜେଡି ଚାଷୀଙ୍କୁ ଭୁବନେଶ୍ୱର ପୁରେଇ ଦେଉନାହିଁ । ଏବେ କେମିତି ଚାଷୀଙ୍କୁ ଭୋଟ ମାଗିବ ବୋଲି ତାରା ପ୍ରଶ୍ନ କରିଛନ୍ତି । ଚାଷୀ ନିଷ୍ପତ୍ତି ନେଇସାରିଲେଣି କଂଗ୍ରେସକୁ ଭୋଟ ଦେବେ । 2 ରୁ 3 ଦିନ ଭିତରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।