ଓଡିଶା

odisha

ETV Bharat / state

ବରଗଡ଼ରେ କୋଶଳ ମହାବନ୍ଦ ପ୍ରଭାବ, ସମର୍ଥନ କଲେ ସମସ୍ତ ବିରୋଧୀ ଦଳ - ବରଗଡ଼ କୋଶଳ ମହାବନ୍ଦର ପ୍ରଭାବ

ବରଗଡ଼ରେ ସଫଳ ହେଲା କୋଶଳ ମହାବନ୍ଦ । ସକାଳ ୬ଟାରୁ ସନ୍ଧ୍ୟ ୬ଟା ସମ୍ପୁର୍ଣ୍ଣ ଯାତାୟତ ଠପ୍ । ଏହି ଆନ୍ଦୋଳନରେ ସାମିଲ ହେଲେ ସମସ୍ତ ବିରୋଧୀ ଦଳ । ଅଧିକ ପଢ଼ନ୍ତୁ

ବରଗଡ଼ରେ କୋଶଳ ମହାବନ୍ଦ ପ୍ରଭାବ, ସମର୍ଥନ କଲେ ସମସ୍ତ ବିରୋଧୀ ଦଳ
ବରଗଡ଼ରେ କୋଶଳ ମହାବନ୍ଦ ପ୍ରଭାବ, ସମର୍ଥନ କଲେ ସମସ୍ତ ବିରୋଧୀ ଦଳ

By ETV Bharat Odisha Team

Published : Nov 19, 2023, 7:07 AM IST

ବରଗଡ଼ରେ କୋଶଳ ମହାବନ୍ଦ ପ୍ରଭାବ, ସମର୍ଥନ କଲେ ସମସ୍ତ ବିରୋଧୀ ଦଳ

ବରଗଡ଼: ଆଜି ପଶ୍ଚିମ ଓଡ଼ିଶାରେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ମହାବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ଗାଁଠୁ ସହର ସହର ସବୁଠାରେ ଏହାର ବହୁମାତ୍ରାରେ ପ୍ରଭାବ ଦେଖିବାକୁ ମିଳିଥିଲା । ଏହି କୋଶଳ ମହାବନ୍ଦ ପାଳନକୁ ବରଗଡର ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟି ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ପ୍ରତି ବର୍ଷ ଏହି କୋଶଳ ଆନ୍ଦୋଳନ କରାଯାଇଥାଏ ।

ଆଜି ସକାଳ ୬ ଘଣ୍ଟାରୁ ଆରମ୍ଭ କରି ଦିର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୋଶଳ ସେନା ପକ୍ଷରୁ ବନ୍ଦ ଡାକରା ଦିଆଯାଇଲା ।ଏହା ଜିଲ୍ଲାର ସମସ୍ତ ବ୍ଲକରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ହୋଇଥିଲା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌, କଲେଜ, ଅଫିସ ଓ ଦୋକାନ ବଜାର ଏପରିକି କୌଣସି ଉଠାଦୋକାନ ମଧ୍ୟ ଖୋଲିନଥିଲା । କେବଳ ଜରୁରୀ ସେବାକୁ ଛାଡ଼ିଦେଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚକଅଖ ସବୁ ବନ୍ଦ ରହିଥିଲା ।

କୋଶଳ ସେନା ବରଗଡ଼ କୋର୍ଟକୁ ଅଚଳ କରିବାକୁ ଜିଲ୍ଲା ଜର୍ଜଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିବାବେଳେ ଓଲଟା ଜିଲ୍ଲା ଜର୍ଜ ନିଜେ କୋଶଳ ସେନାକୁ କୋର୍ଟ କାମ ଚଳାଇ ଦେବାକୁ ଅନୁରୋଧ କରିଥିଲେ । ଫଳରେ କୋର୍ଟ ପରିସରକୁ ସମସ୍ତ ଜର୍ଜ ପ୍ରବେଶ କରିଥିଲେ । ହେଲେ ଜିଲ୍ଲା ଓକିଲମାନଙ୍କର ସମର୍ଥନ ନଦେବା କାରଣରୁ କୋର୍ଟ କଚେରୀ କାର୍ଯ୍ୟ ହୋଇ ପାରିନଥିଲା । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନକାରୀ ରାସ୍ତାରୋକ କରିଥିଲେ ଫଳରେ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇପଡ଼ିଥିଲା ।
ଏହା ମଧ୍ୟ ପଢନ୍ତୁ...କୋଶଳ ମହାବନ୍ଦ, ବଲାଙ୍ଗୀରରେ ସାମିଲ ହେଲା ବିଜେପି

ତେବେ ଚଳିତ ଥର କୋଶଳ ମହାବନ୍ଦର ପ୍ରଭାବ ଏଥର ପଶ୍ଚିମ ଓଡିଶାରେ ଅଧିକ ପଡିଥିବାର ଲକ୍ଷ୍ୟ କରାଯାଇଛି । ବିରୋଧୀ ରାଜନୈତିକ ଦଳମାନେ ମଧ୍ୟ ଖୋଲାଖୋଲି ଭାବେ ଏଥର କୋଶଳ ରାଜ୍ୟ ଦାବିକୁ ସମର୍ଥନ ଜଣାଇ ଆଗକୁ ଆସିଥିଲେ । ବର୍ତ୍ତମାନ ସିନେ କଳାକାର କ୍ଷେତ୍ରରେ ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ନେଇ ଯେଉଁ ବିବାଦ ଚାଲିଛି ଏବଂ ଜନ ସାଧାରଣଙ୍କର ଯେଉଁ ଆକ୍ରୋଶ ରହିଛି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଦଳ ଗୁଡ଼ିକ ହୁଏତ ଜନ ସମର୍ଥନ ପାଇଁ ଖୋଲା ଖୋଲି କୋଶଳ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ...ଝାରସୁଗୁଡାରେ ମହାବନ୍ଦ ଡାକରା, ୩୦ କୋଶଳ ସେନାଙ୍କୁ ଗିରଫ କଲା ପୋଲିସ

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details