ଓଡିଶା

odisha

ETV Bharat / state

ବନ୍ୟାପାଣି ଦେଖିବାକୁ ଆସି ପୋଲରୁ ଖସିପଡିଲା ଶିଶୁକନ୍ୟା - ଆନ୍ଧ୍ରପଡାର ଡି. ପୋଡ୍ଡିରାଜୁ

ବନ୍ୟାପାଣି ଦେଖିବାକୁ ଆସି ପାଣିରେ ବୁଡିଗଲେ ଶିଶୁକନ୍ୟା । ମୃତଦେହ ଉଦ୍ଧାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

One child girl
One child girl

By

Published : Aug 28, 2020, 10:46 PM IST

ବରଗଡ:ବନ୍ୟାପାଣି ଦେଖିବାକୁ ଆସି ପାଣିରେ ବୁଡିଗଲେ ଜଣେ ଶିଶୁକନ୍ୟା । ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସମସ୍ତ ନଦୀ ଗୁଡିକର ବନ୍ୟା ପାଣି ଆସିଛି ।

ବନ୍ୟାପାଣି ଦେଖିବାକୁ ଆସି ଶିଶୁକନ୍ୟା ମୃତ

ଏହି ପାଣି ଦେଖିବାକୁ ଆସି ବରଗଡ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବା ବେଳେ ପୋଲ ଉପରୁ ଖସି ପଡି ଗତ ଗୁରୁବାର ଏକ ଶିଶୁକନ୍ୟା ଭାସି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟ ଅନେକ ଖୋଜାଖୋଜି ସତ୍ବେ ପାଇନଥିଲେ । ରାତ୍ରୀ ବିଳମ୍ବିତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଥିଲା । ତେବେ ଆଜି ( ଶୁକ୍ରବାର) ତାଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି ।

ଶିଶୁକନ୍ୟା ଜଣଙ୍କ ସର୍ଲା ଆନ୍ଧ୍ରପଡାର ଡି. ପୋଡ୍ଡିରାଜୁଙ୍କ 4 ବର୍ଷର ଝିଅ ଗିରିଜା ହର୍ଷିନୀ ହୋଇଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ବରଗଡରୁ ରାଜେସ ସରାଫ, ଇଟିଭି ଭାରତ

ABOUT THE AUTHOR

...view details