ବରଗଡ: ଜିଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଜିଲ୍ଲାର ବିଭିନ୍ନ କ୍ଷେତ୍ରର ପ୍ରତିଭା ତଥା ପ୍ରତିଭାଶୀଳ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି |
ଓଡିଶା ସରକାର ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହିଳା ଦିବସକୁ ମହିଳା ମାନଙ୍କ ଦ୍ଵାରା ପାଳିନ କରାଯାଇଛି | ରବିବାର ବରଗଡରେ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ , ରାଜନୀତି ଓ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ବରଗଡ ଜିଲ୍ଲାର ବହୁ ମହିଳା ମାନଙ୍କୁ ସମ୍ମାନିତ କରାଯାଇଛି |