ଓଡିଶା

odisha

ETV Bharat / state

ଛାତିଫଟା ଦୁଃଖ: ବେଦୀ ବଦଳରେ ମଶାଣି ଗଲା ବର, କାନ୍ଦ ବୋବାଳିରେ ଫାଟୁଛି ଗାଁ - କୋରୋନାରେ ଆଖି ବୁଜିଲା ବର

ଦିନ କେଇଟା ପରେ ନୂତନ ଏକ ମଣିଷ ସହିତ ସାତ ଜନ୍ମର ସାଥି ହୋଇ ଚାଲିଯାଇଥା’ନ୍ତା କନିଆ । ହେଲେ କୋରୋନାର ଲୋଲୁପ ଦୃଷ୍ଟି ପଡିଗଲା ବର ଉପରେ ଆଉ ବିବାହ ଦିନ ହିଁ ଚାଲିଗଲା ତାଙ୍କ ଜୀବନ । ଅଧିକ ପଢନ୍ତୁ....

ବିବାହ ଦିନ କୋରୋନାରେ ଆଖି ବୁଜିଲା ବର
ବିବାହ ଦିନ କୋରୋନାରେ ଆଖି ବୁଜିଲା ବର

By

Published : May 29, 2021, 10:39 PM IST

ବରଗଡ଼: ସାତ ଜନ୍ମ ପାଇଁ ସାଥି ସାଜିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା ସତ ମାତ୍ର ବିଧାତାର ଇଚ୍ଛା ଥିଲା ଭିନ୍ନ । ଜନ୍ମଜନ୍ମାନ୍ତର ସାଥି ହେବା ମନରେ ଅସୁମାରୀ ସ୍ବପ୍ନ ଭରିଥିଲା । କନ୍ୟା ମଧ୍ୟ ହାତରେ ମେହେନ୍ଦୀ ଲଗାଇ ଚାହିଁ ବସିଥିଲା ସେଇ ଦିନକୁ, ବର ଆସି ତା’ ହାତ ଧରି ଶାଶୁଘର ନେଇଯିବ । ହେଲେ ସବୁ ସ୍ୱପ୍ନ ଚୁରମାର କରିଦେଲା ମହାମାରୀ କୋରୋନା । ବିବାହ ଦିନରେ ହିଁ କୋରୋନା ପ୍ରାଣ ନେଇଯିବ କିଏ ବା ଜାଣିଥିଲା ।

ବିବାହ ଦିନ କୋରୋନାରେ ଆଖି ବୁଜିଲା ବର

ଜିଲ୍ଲାର ଲହଣ୍ଡା ପଞ୍ଚାୟତ ଯୋଗୀପାଲି ଗାଁର ବାସିନ୍ଦା ଜୀବର୍ଦ୍ଧନ ଭୋଇ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ରୁକ୍ମିଣୀ ଲାଠ ବାଳନିକେତନର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ନିଜର ବିବାହ ଥିବାରୁ ନିଜ ଗାଁକୁ ଆସି ବିବାହ କାର୍ଯ୍ୟରେ ପରିବାର ସହ ସାମିଲ ହେଲେ । ମାତ୍ର ବିବାହର 4 ଦିନ ପୂର୍ବରୁ କୋରୋନାରେ ସଂକ୍ରମିତ ହୋଇ ସମ୍ବଲପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଠିକ ବିବାହ ଦିନରେ ହିଁ ବିବାହ ବେଦୀରେ ବସିବା ଆଗରୁ ଜୀବର୍ଦ୍ଧନଙ୍କ ଚାଲିଗଲା ଜୀବନ ।

କେବଳ ଯେ ପରିବାର ଲୋକ, ତାହା ନୁହେଁ ସମଗ୍ର ଗ୍ରାମବାସୀ ଏହି ଘଟଣାରେ ସ୍ତବ୍ଧ ହୋଇପଡିଛନ୍ତି । ଗାଁ ଦାଣ୍ଡ ଏବେ ଝୁରି ହେଉଛି ଗାଁର ଏହି ପୁଅକୁ । ଆତ୍ମୀୟ ସ୍ୱଜନଙ୍କ ମନରେ ବିବାହକୁ ନେଇ ଯେଉଁ ଉତ୍କଣ୍ଠା ଭରିଥିଲା ତାହା ନୈରାଶ୍ୟରେ ପରିଣତ ହୋଇଯାଇଛି । ଅଦିନରେ ପୁଅର ଜୀବନ ମହାମାରୀ କୋରୋନା ନେଇଯିବ ଏହା ଅବିଶ୍ୱାସ୍ୟ ହେଲେ ସୁଦ୍ଧା ସତ ହୋଇଛି । ଯାହାକି ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି ପୁଅର ମୃତ୍ୟୁ ଖବର ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details