ବରଗଡ଼:ଜିଲ୍ଲା ବିଜେପୁର ଥାନା ସାତବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । କୋରୋନା ଆକ୍ରାନ୍ତ ହୋଇଥିବା ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ 65 ବର୍ଷର ଅର୍ଜୁନ ମେହେର ବୋଲି ଜଣାପଡିଛି ।
ସୂଚନା ମୁତାବକ ସାତବନ୍ଧ ଗ୍ରାମର ଅର୍ଜୁନ ମେହେର ଏବଂ ତାଙ୍କ ସ୍ତ୍ରୀ ଚହଲ ମେହେରଙ୍କୁ ଜ୍ବର ହେଉଥିବାରୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ଚହଲଙ୍କ କୋରୋନା ନେଗେଟିଭ ରିପୋର୍ଟ ଆସିଥିବା ବେଳେ ଅର୍ଜୁନଙ୍କ ପଜିଟିଭ ଆସିଥିଲା । ହେଲେ ଚହଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମ୍ସାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅର୍ଜୁନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ।