ଓଡିଶା

odisha

ETV Bharat / state

ଅଭିଯୋଗର ଆଠ ମାସ ପରେ ତଦନ୍ତ ପାଇଁ ପହଞ୍ଚିଲା ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା - ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା

ପାଇକମାଳରେ ଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ତଦନ୍ତ ପାଇଁ ପହଞ୍ଚିଲେ ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା । ତଦନ୍ତ ପ୍ରକ୍ରିୟା ଯାଥା ଶୀଘ୍ର ସାରି ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବା ସହ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଛନ୍ତି । ଅଧିକ ପଢନ୍ତୁ...

Odisha Child Protection Commission
ଅଭିଯୋଗର ଆଠ ମାସ ପରେ ତଦନ୍ତ ପାଇଁ ପହଞ୍ଚିଲା ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା

By

Published : Nov 25, 2020, 3:36 AM IST

ବରଗଡ:ଅଭିଯୋଗର ୮ମାସ ପରେ ଏନଏଚଆରସିଙ୍କ ନିର୍ଦ୍ଦେଶରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ତଦନ୍ତ ପାଇଁ ପହଞ୍ଚିଲେ । ପାଇକମାଳରେ ଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇ ତଦନ୍ତ କରିଛନ୍ତି ।

ଅଭିଯୋଗର ଆଠ ମାସ ପରେ ତଦନ୍ତ ପାଇଁ ପହଞ୍ଚିଲା ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତସ୍ତ ପାଇକମାଲ ବ୍ଲକ ଅର୍ନ୍ତଗତ କସ୍ତୁରବା ଗାନ୍ଧୀ ମାତୃ ନିକେତନର ସୁପରିଟେଣ୍ଡେନ୍ଟ୍ ନିର୍ମଳ କୁମାର ଗିରିଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଓଲଟା ସୁପରିଟେଣ୍ଡେନ୍ଟ୍ ନିର୍ମଳ କୁମାର ଗିରି ୧.୫୦ଲକ୍ଷ ଟଙ୍କା ପ୍ରଲୋଭନ ଦେଖାଇ କେସକୁ ରଫାଦଫା କରିବାକୁ ଚାପ ପକାଇଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ ପୋଲିସ ବିଭାଗ ମଧ୍ୟ ଚୁପମାରି କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପୀଡିତାଙ୍କ ମା ନିରାଶ ହୋଇ ସାମାଜିକ କର୍ମୀ ପଦ୍ମପୁରର ଅନିଲ ଦୋରା ଓ ସୁନାଧର ଭୋଇଙ୍କୁ ଜଣାଇଥିଲେ । ଗତ ଏପ୍ରିଲ ମାସରେ ସୁନାଧର ଭୋଇ ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ଏ ବାବଦରେ ଅବଗତ କରି, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବେଦନ କରିଥିଲେ। ତେବେ NHRC ୩ ଥର ନୋଟିସ୍‌ କରିବା ପରେ ଯାଇ ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଆସିଥିଲେ ।

ଏହି ତଦନ୍ତ ପ୍ରକ୍ରିୟରେ ବିଳମ୍ବ ହେବା ଓ ୮ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ନ ହୋଇପାରିଥିବାରୁ ଦୁଃଖ ପ୍ରକାଶ କରିବା ସଂଗେ ଉଚ୍ଚାଧିକାରୀ ମାନଙ୍କୁ ତାଗିଦ୍‌ କରିଥିଲେ । ତଦନ୍ତ ପ୍ରକ୍ରିୟା ଯାଥା ଶୀଘ୍ର ସାରି ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବା ସହ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details