ଓଡିଶା

odisha

ETV Bharat / state

ଯୁଦ୍ଧ ବିରତି ସମୟରେ ୟୁକ୍ରେନରୁ ଫେରିଲେ ବରଗଡ ଛାତ୍ର, ପରିବାରରେ ଖୁସିର ଲହରୀ - ୟୁକ୍ରେନରୁ ଫେରିଲେ ବରଗଡ ଛାତ୍ର

ଋଷ-ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ଫେରିଲେ ଆଉ ଏକ ଓଡିଆ ଛାତ୍ର । ସେ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ମେଡିକାଲ ପଢୁଥିଲେ । ନିଜ ଜନ୍ମ ମାଟିକୁ ଫେରିବା ପରେ ଆଖି ଆଗରେ ଦେଖିଥିବା ଭୟଙ୍କର ଯୁଦ୍ଧ କଥା ବର୍ଣ୍ଣନା କରିଛନ୍ତି । ଅଧିକ ପଢନ୍ତୁ

ଯୁଦ୍ଧ ବିରତୀ ସମୟରେ ୟୁକ୍ରେନରୁ ଫେରିଲେ ଓଡିଆ ଛାତ୍ର
ଯୁଦ୍ଧ ବିରତୀ ସମୟରେ ୟୁକ୍ରେନରୁ ଫେରିଲେ ଓଡିଆ ଛାତ୍ର

By

Published : Mar 9, 2022, 11:20 AM IST

ବରଗଡ: ଯୁଦ୍ଧ କ୍ଷେତ୍ରରୁ ନିଜ ଜନ୍ମ କ୍ଷେତ୍ରକୁ ଫେରିଲେ ଓଡିଆ ମେଡିକାଲ ଛାତ୍ର । ୟୁକ୍ରେନ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହୁଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ ମାନକୁ ଦେଶକୁ ଫେରାଇ ଅଣାଯାଉଛି । ଋଷ ଓ ୟୁକ୍ରେନ ଯୁଦ୍ଧରେ ଫସିଥିବା ଛାତ୍ର ବରଗଡ ସହରର କିଶନ ଚନ୍ଦ୍ର ପଣ୍ଡା ଅପରେସନ ଗଙ୍ଗା ମାଧ୍ୟମରେ ନିଜ ଘରକୁ ଫେରି ପାରିଛନ୍ତି ।

ଯୁଦ୍ଧ ବିରତୀ ସମୟରେ ୟୁକ୍ରେନରୁ ଫେରିଲେ ଓଡିଆ ଛାତ୍ର

ସୂଚନାନୁସାରେ, କିଶନ ୟୁକ୍ରେନର ଖାରକିଭରେ ଥିବା ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପାଠ ପଢୁଥିଲେ । ଋଷ- ୟୁକ୍ରେନ ଯୁଦ୍ଧ ଚାଲିଥିବା ଯୋଗୁଁ ଫସି ରହିଥିଲେ କିଶନ । ଏଥି ପାଇଁ ବହୁତ ଚିନ୍ତାରେ ଥିଲେ ପରିବାର ଲୋକେ। କିଛି ସମୟ ପାଇଁ ଋଷ ଯୁଦ୍ଧ ବିରତି ଘୋଷଣା କରିବାପରେ ଭାରତ ସରକାର ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଥିଲା ଏବଂ ଭାରତ ସରକାର ପକ୍ଷରୁ ‘ଅପରେସନ ଗଙ୍ଗା’ ମାଧ୍ୟମରେ ୟୁକ୍ରେନରୁ ଅନେକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

ତେବେ ବରଗଡ ସହରର ତଳିପଡା ଓ କେନାଲ କଲୋନୀର ୨ ଜଣ ଛାତ୍ର ପୂର୍ବରୁ ୟୁକ୍ରେନରୁ ଉଦ୍ଧାର ହୋଇ ନିଜ ଘରକୁ ଫେରିଥିବାବେଳେ ୧୦ନମ୍ବର ୱାର୍ଡ଼ ବଙ୍ଗାଳୀ ପଡ଼ାର ୨୩ ବର୍ଷୀୟ ଛାତ୍ର କିଶନ ପଣ୍ଡା ୟୁକ୍ରେନରୁ ଉଦ୍ଧାର ହୋଇ ନିଜ ଜନ୍ମ ମାଟି ବରଗଡକୁ ଫେରିଛନ୍ତି । ତେବେ ପୁଅକୁ ଫେରିପାଇ ପରିବାରରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details