ବରଗଡ:ଗାଁ କୁ ନାଁ ଅଛି ରାସ୍ତା ନାଁ ଯାଉଛି ଗାଡି ମଟର କିମ୍ବା ଆମ୍ବୁଲାନ୍ସ । ଯାହା ଫଳରେ କି ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବାକୁ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହିକି ଆଣିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଦୃଶ୍ୟଟିକୁ ଦେଖିଲେ ଜଣାପଡୁଛି କି କାଦୁଅ ପଚ ପଚ ରାସ୍ତା ଭିତରୁ ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ବୋହି କରି ନେଉଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏହି ଦୃଶ୍ୟଟି କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଏ ହେଉଛି ବରଗଡ଼ ସହର ସ୍ଥିତ ରେଲୱେ ଷ୍ଟେସନରୁ ମାତ୍ର 2 କିଲୋମିଟର ଦୂରରେ ରହିଥିବା ଏକ ଗ୍ରାମର ଦୃଶ୍ୟ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତର ବଡ଼ଟିକରା ଗ୍ରାମରେ । ଏହି ଗାଁର ଶିବୁ ଦାସ ନାମକ ଜଣେ ଅସହାୟ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତେବେ ଗାଁ ଲୋକେ ତାଙ୍କୁ ମେଡ଼ିକାଲ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ରାସ୍ତାଟି କାଦୁଅ ପଚ ପଚ ହୋଇଥିବାରୁ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସଟି ପ୍ରବେଶ କରିପାରିନଥିଲା । ଫଳରେ ଆମ୍ବୁଲାନ୍ସ ଚାଳକ ପ୍ରଦ୍ୟୁମ୍ନ ଭୋଇ ଓ 108ର ଫାର୍ମାଶିଷ୍ଟ ଦିବ୍ୟ ମେହେର ଉଭୟ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଷ୍ଟ୍ରେଚରରେ ବୋହି କରି ନେଇଥିଲେ ।