ଓଡିଶା

odisha

ETV Bharat / state

ଆଜିଠୁ ବରଗଡରେ ଟ୍ରାଫିକ ଚେକିଙ୍ଗ କଡାକଡି - new motor vehicle act

ଡିସେମ୍ବର1ରୁ ବରଗଡରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଯାନବାହନ କାଗଜପତ୍ରର କଡାକଡି ଯାଞ୍ଚ ପ୍ରକ୍ରିୟାକୁ 3ମାସ କୋହଳ କରାଯାଇଛି । ବାଇକ ଚାଳକଙ୍କ ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ ଓ ମଦ୍ୟପାନ କରି ଗାଡିଚଲାଉଥିବା ଲୋକଙ୍କୁ ଧରାଯିବା ଏବଂ ଫାଇନ ସହିତ ଜେଲ ଦଣ୍ଡିତ କରାଯିବ ।

ଆଜିଠୁ ବରଗଡରେ ଟ୍ରାଫିକ ଚେକିଙ୍ଗ କଡାକଡି
new motor vehicle act

By

Published : Dec 1, 2019, 3:00 AM IST

ବରଗଡ: ଆଜି ଠାରୁ ବରଗଡରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା । କେବଳ କାଗଜପତ୍ରର ଯାଞ୍ଚକୁ 3ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ , ସ୍ପିଡ ଡ୍ରାଇଭିଙ୍ଗ ଓ ମଦ ପିଇ ଗାଡିଚଳାଉଥିବା ଲୋକଙ୍କୁ ଚେକିଙ୍ଗ କରାଯିବ । ଗତକାଲି ବରଗଡ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଏକ ଟ୍ରାଫିକ ସଚେତନତା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆଜିଠୁ ବରଗଡରେ ଟ୍ରାଫିକ ଚେକିଙ୍ଗ କଡାକଡି

ବରଗଡରେ ଆଜି ଠାରୁ ଆରଟିଓ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାଫିକ ଯାଞ୍ଚ ଆରମ୍ଭ କରାଯିବ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଯାନବାହନ କାଗଜପତ୍ରର କଡାକଡି ଯାଞ୍ଚ ପ୍ରକ୍ରିୟାକୁ 3ମାସ କୋହଳ କରାଯାଇଛି । ବାଇକ ଚାଳକଙ୍କ ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ ଓ ମଦ୍ୟପାନ କରି ଗାଡିଚଲାଉଥିବା ଲୋକଙ୍କୁ ଧରାଯିବା ଏବଂ ଫାଇନ ସହିତ ଜେଲ ଦଣ୍ଡିତ କରାଯିବ । ଏନେଇ ଗତକାଲି ବରଗଡ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାର ପରିବହନ ବିଭାଗ, ପୋଲିସ ବିଭାଗ, ପୌରପରିଷଦ ବିଭାଗ , ଅଶୋକା ବିଲିକନର ଅଧିକାରୀ ଏବଂ ଏନଏଚଏଆଇ ବିଭାଗର ଅଧିକାରୀମାନଙ୍କୁ ତଥା ବସ, ଟ୍ରକ ଓ ଅଟୋ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଟ୍ରାଫିକ ସଚେତନତା କରାଯାଇଥିଲା ।


ସହରରେ ବୁଲୁଥିବା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା ବଢିଚାଲୁଥିବା ବେଳେ ଏଣିକି କାଞ୍ଜିଆହୁଦାରେ ବୁଲା ଗାଈଗୋରୁଙ୍କୁ ରଖାଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details