ଓଡିଶା

odisha

ETV Bharat / state

ଦରମା କାଟ ନେଇ ପୌରପରିଷଦ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ - ବରଗଡ଼

ଲକଡାଉନ ସମୟରେ ବରଗଡ ପୌରପରିଷଦ ସଫେଇ କର୍ମଚାରୀ ମାନଙ୍କର ଦରମାରୁ ଦୁଇ ହଜାର ଟଙ୍କା କାଟ କରିଯାଉଛି । ଯାହାକୁ ନେଇ ଆନ୍ଦୋଳନରେ କର୍ମଚାରୀ । ଅଧିକ ପଢନ୍ତୁ...

Municipal Sweeper workers' strike over pay cuts
ଦରମା କାଟ ନେଇ ପୌରପରିଷଦ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

By

Published : May 8, 2020, 10:05 AM IST

ବରଗଡ଼: କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଥିବା ବେଳେ ଏହି ମହାମାରୀ ଯୁଦ୍ଧରେ ସଫେଇ କର୍ମଚାରୀଙ୍କୁ ମଧ୍ୟ ଆଗ ଧାଡିର ଯୋଦ୍ଧା ଭାବରେ ଗଣତି କରାଯାଉଛି । କିନ୍ତୁ ସେମାନଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ ଆଣିଛନ୍ତି ବରଗଡ ପୌରପରିଷଦର ସଫେଇ କର୍ମଚାରୀ ମାନେ |

ଦରମା କାଟ ନେଇ ପୌରପରିଷଦ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ରାଜ୍ୟ ସରକାର ଲକଡାଉନ ସମୟରେ ସମସ୍ତ ଗରିବଙ୍କୁ ଆଗୁଆ ଚାଉଳ, ଡାଲି ଓ 1000 ଟଙ୍କା ଲେଖାଏଁ ପ୍ରଦାନ କରୁଥିବା ବେଳେ ବରଗଡ ପୌରପରିଷଦ ସଫେଇ କର୍ମଚାରୀ ମାନଙ୍କର ଦରମାରୁ ଦୁଇ ହଜାର ଟଙ୍କା ଲେଖାଏଁ କାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ଆନ୍ଦୋଳନରେ ବସିଥିଲେ ସମସ୍ତ ସଫେଇ କର୍ମଚାରୀ ।

ଗୋଟିଏ ପଟେ କୋରୋନା ମହାମାରୀର ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ୩ ମାସର ଆଗୁଆ ଦରମା ମିଳି ଥିବାବେଳେ ଅନ୍ୟପଟେ ଏହି ସଫେଇ କର୍ମଚାରୀ ମାନଙ୍କୁ ଗତ ୩ ମାସ ହେବ ଦରମା ପଇସା ମିଳିନାହିଁ । ଯାହାକୁ ନେଇ ସଫେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସମସ୍ତ ସଫେଇ କର୍ମଚାରୀ ମାନେ ଗୁରୁବାର ବରଗଡ ପୌର ପରିଷଦ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details