ଓଡିଶା

odisha

ETV Bharat / state

କୁଖ୍ୟାତ ଅପରାଧୀକୁ କାବୁ କଲା ବରଗଡ଼ ପୋଲିସ - କୁଖ୍ୟାତ ଅପରାଧୀକୁ ଧରିଲା ପୋଲିସ

ଦୁର୍ଦ୍ଦାନ୍ତ ଅପରାଧିକୁ ଧରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ଅପରାଧି ବିରୋଧରେ ଓଡିଶା ଏବଂ ଛତିଶଗଡ଼ର ଅନେକ ଥାନାରେ ବହୁ ଅପରାଧିକ ମାମଲା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Sep 26, 2019, 9:18 PM IST

ବରଗଡ଼: ଦୁର୍ଦ୍ଦାନ୍ତ ଅପରାଧୀ ଅମିତକୁ ଗିରଫ କଲା ବରଗଡ଼ ପୋଲିସ । ଅମ୍ବାଭୋନା ବ୍ଲକ ସମରଧରା ଠାରେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ କରୁଥିବା ବେଳେ କୁଖ୍ୟାତ ଅପରାଧିକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଅମିତ କୁଖ୍ୟାତ ଅପରାଧୀ ଥିବା ବେଳେ ବରଗଡ଼, ବଲାଙ୍ଗୀର , ସମ୍ବଲପୁର , ସୋନପୁର ଜିଲା ସହ ଛତିଶଗଡ଼ ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା । ତାଠାରୁ ବନ୍ଧୁକ, ଦୁଇ ଗୋଟି ଖୋଖା ଓ ବାଇକ ଜବତ କରିଛି ପୋଲିସ । ଅମିତ ଛତିଶଗଡ଼ରେ କୌଣସି ଅପରାଧ ଘଟାଇ ଧରାପଡିଥିଲା ଏବଂ ଜେଲରୁ ବାହାରିବା ପରେ ବରଗଡ଼ ପୋଲିସ ତାର ଗତିବିଧିକୁ ଲକ୍ଷ୍ୟ କରୁଥିଲା ।

ତେବେ ଅମିତ ଅମ୍ବାଭୋନା ଅଞ୍ଚଳ ଦେଇ ଯାଉଥିବା ବେଳେ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲା । ପୋଲିସ ଅମିତକୁ ଗୋଡେଇବାରୁ ପୁଣି ଏକ ଗୁଳି ଚଳାଇଥିଲା । ଏପରି ଦୁଇଟି ଗୁଳିଚଳାଇବା ପରେ ମଧ୍ୟ ପୋଲିସ ସାହାସିକତାର ସହିତ ଅମିତକୁ କାବୁ କରିବାରେ ସଫଳ ହୋଇଛି । ଅମିତ ବଲାଙ୍ଗୀର ଜିଲ୍ଲାର ଡୁଡୁକାଶିରା ଗାଁର ବାସିନ୍ଦା । ତା ନାଁରେ ଓଡିଶା ସମେତ ଛତିଶଗଡ଼ ରାଜ୍ୟର ବିଭିନ୍ନ ଥାନାରେ ଅପରାଧିକ ମାଲଲା ରହିଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଏସପି ପଦ୍ମିନୀ ସାହୁ ।


ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details