ଓଡିଶା

odisha

ETV Bharat / state

ନୂତନ ମଣ୍ଡି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା, ବୈରଖପାଳି ପଞ୍ଚାୟତ  ଏବଂ  ଗଣ୍ଡପାଳି, ସୋହେଲା ବ୍ଲକ ଅଧିନସ୍ଥ ଶ୍ରୀଗିଡା ଗ୍ରାମର ଚାଷୀମାନେ ବରଗଡ ଜିଲ୍ଲାପାଳଙ୍କ ନିକଟରେ ମଣ୍ଡି ଖୋଲିବା ନେଇ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

mandi  demand
ଫଟୋ ସୌଜନ୍ୟ: ପ୍ରତିନିଧି, ବରଗଡ

By

Published : Dec 4, 2019, 9:40 AM IST

ବରଗଡ: ଚଳିତ ଖରିବ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ କେତେକ ସ୍ଥାନରେ ଆଜିଯାଏଁ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଅମଳ ଧାନ ବିକ୍ରି କରିପାରୁନାହାନ୍ତି । ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ବଢିବାକୁ ଲାଗିଛି | ତେଣୁ ଏନେଇ ଗତ ମଙ୍ଗଳବାର ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା,ବୈରଖପାଳି ପଞ୍ଚାୟତ ଏବଂ ଗଣ୍ଡପାଳି , ସୋହେଲା ବ୍ଲକ ଅଧିନସ୍ଥ ଶ୍ରୀଗିଡା ଗ୍ରାମର ଚାଷୀମାନେ ବରଗଡ ଜିଲ୍ଲାପାଳଙ୍କ ନିକଟରେ ମଣ୍ଡି ଖୋଲିବା ନେଇ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବରଗଡ

ବିଜେପୁର ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବଡ ବାଉସେନ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଅରଡା ମାର୍କେଟ ୟାର୍ଡ଼ ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ଧାନ ମଣ୍ଡିଟି ପଞ୍ଚାୟତ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି । ଯାହାଫଳରେ ସେଠାକୁ ଧାନ ନେବାରେ ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |

ଗତ ବର୍ଷରୁ ଗ୍ରାମବାସୀ ଖରାମୁଣ୍ଡା ଗ୍ରାମରେ ଏକ ମଣ୍ଡି ଖୋଲା ଯିବା ନେଇ ବାରମ୍ବାର ଉପଜିଲ୍ଲାପାଳ ଓ ସିଏସଓଙ୍କ ଠାରେ ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବହୁ ଚାଷୀ ନିଜର ଉପାର୍ଜିତ ଧାନ ବିକ୍ରି କରିବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି | ଯାହାଫଳରେ ଏହି ଅଭିଯୋଗ ନେଇ ଗତ ମଙ୍ଗଳବାର ଗ୍ରାମର ବହୁ ଚାଷୀ ଜିଲ୍ଲାପାଳଙ୍କ ଠାରେ ଏହାର ସମାଧାନ ନିମନ୍ତେ ଦାବି କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details