ଓଡିଶା

odisha

ETV Bharat / state

ବିଜେପୁର ଉପନିର୍ବାଚନ: ମତଦାନ ପୂର୍ବରୁ ମକପୋଲ ଆରମ୍ଭ - ବିଜେପୁର ଉପନିର୍ବାଚନ

ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସକାଳ 6ଟାରୁ ଆରମ୍ଭ ହୋଇଛି ମତଦାନ । ବିଧାନସଭା କ୍ଷେତ୍ରରେ ରହିଥିବା 285ଟି ବୁଥରେ ମକପୋଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Oct 21, 2019, 6:58 AM IST

ବରଗଡ: ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନର ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଏହା ପୂର୍ବରୁ ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ମକପୋଲ । ଏହି ବିଧାନସଭା କ୍ଷେତ୍ରରେ ରହିଥିବା 285ଟି ବୁଥରେ ମକପୋଲ ହୋଇଛି । ମକପୋଲରେ ଇଭିଏମ ଓ ଭିଭିପାଟ ମେସିନ ସଠିକ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସକାଳ 7ଟାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ବିଜେପୁରବାସୀ ମଧ୍ୟ ନିଜ ନିଜର ମତଦାନ ପାଇଁ ଉତ୍ସାହିତ ରହିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ 2 ଲକ୍ଷ 32 ହଜାର 264 ଭୋଟର ରହିଥିବା ବେଳେ ସେଥିମଧ୍ୟରୁ 1 ଲକ୍ଷ 20 ହଜାର 135 ପୁରୁଷ ଭୋଟର ଏବଂ 1 ଲକ୍ଷ 12 ହଜାର 114 ମହିଳା ଭୋଟର ରହିଛନ୍ତି ।

ତେବେ ଏହି ଭୋଟ ପ୍ରକ୍ରିୟାରେ ସମୁଦାୟ 1895 ଜଣ ପୋଲିଂ ଦାୟିତ୍ବରେ ରହିଥିବା ବେଳେ 6ଟି ଫ୍ଲାଇଂ ସ୍କ୍ବାର୍ଡ, 5ଟି ଭିଡିଓ ସର୍ଭିଲେନ୍ସ ଟିମ ଓ 32ଟି ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details