ବରଗଡ: ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ନିଜସ୍ଵ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି | କୋରୋନା ମହାମାରୀ ସହିତ ମୁକାବିଲା କରିବା ପାଇଁ ବରଗଡ ସ୍ବାସ୍ଥ୍ୟ ବିଭାଗକୁ ଆମ୍ବୁଲାନ୍ସର ଅଭାବ ଥିଲା । ଫଳରେ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା | ହେଲେ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯିବା ପରେ ସେହି ସମସ୍ୟା ଦୂର ହୋଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
ବରଗଡ ସ୍ୱାସ୍ଥ୍ୟ ବିଭାଗକୁ ବିଧାୟକ ଦେଲେ ସ୍ଵତନ୍ତ୍ର କୋଭିଡ ଆମ୍ବୁଲାନ୍ସ - ସ୍ଵତନ୍ତ୍ର କୋଭିଡ ଆମ୍ବୁଲାନ୍ସ
ବରଗଡ ସ୍ୱାସ୍ଥ୍ୟ ବିଭାଗକୁ ବିଧାୟକ ପ୍ରଦାନ କଲେ ସ୍ଵତନ୍ତ୍ର କୋଭିଡ ଆମ୍ବୁଲାନ୍ସ । କୋରୋନା ରୋଗୀଙ୍କ ପାଇଁ ହେବ ସହାୟକ...
![ବରଗଡ ସ୍ୱାସ୍ଥ୍ୟ ବିଭାଗକୁ ବିଧାୟକ ଦେଲେ ସ୍ଵତନ୍ତ୍ର କୋଭିଡ ଆମ୍ବୁଲାନ୍ସ mla donate covid ambulance for covid patients in bargarh](https://etvbharatimages.akamaized.net/etvbharat/prod-images/768-512-8436447-thumbnail-3x2-covid-jp.jpg)
ବରଗଡ ସ୍ୱାସ୍ଥ୍ୟ ବିଭାଗକୁ ବିଧାୟକ ପ୍ରଦାନ କଲେ ସ୍ଵତନ୍ତ୍ର କୋଭିଡ ଆମ୍ବୁଲାନ୍ସ
ବରଗଡ ସ୍ୱାସ୍ଥ୍ୟ ବିଭାଗକୁ ବିଧାୟକ ପ୍ରଦାନ କଲେ ସ୍ଵତନ୍ତ୍ର କୋଭିଡ ଆମ୍ବୁଲାନ୍ସ
ଜିଲ୍ଲାର ଅଧିକାଂଶ ଆମ୍ବୁଲାନ୍ସ କୋଭିଡ ସଂକ୍ରମିତଙ୍କୁ ନେବା ଆଣିବା କରିବାରେ ନିୟୋଜିତ ଥିବାବେଳେ ସାଧାରଣ ରୋଗୀଙ୍କ ପାଇଁ ବ୍ୟବହାର କରିବା ପୂର୍ବରୁ ଆମ୍ବୁଲାନ୍ସକୁ ସାନିଟାଇଜ କରିବାକୁ ପଡୁଥିଲା । ଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଥିଲେ । ହେଲେ ,କୋଭିଡ ରୋଗୀଙ୍କ ପାଇଁ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ବରଗଡ ବିଧାୟକ ସ୍ଵାଧୀନତା ଦିବସରେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ