ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା, କାଫେ ବୁଲିବା ସହ ମହିଳାଙ୍କ ସହ କଲେ ଆଲୋଚନା ବରଗଡ:4ଦିନିଆବରଗଡ଼ ଗସ୍ତରେମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର । ମୁ୍ଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଜିଲ୍ଲା ପରିଦର୍ଶନରେ ଆସିଥିବା ବେଳେ ବିଭିନ୍ନ ବ୍ଲକରେ ମିଶନ ଶକ୍ତି ଗୋଷ୍ଠୀଙ୍କ ସହିତ ସାକ୍ଷାତ କରିବା ସହ ମହିଳାମାନେ ମିଶନ ଶକ୍ତି ଜରିଆରେ ଆହୁରି ଅନେକ କ୍ଷେତ୍ରରେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ଆଲୋଚନା କରିଛନ୍ତି । ପ୍ରଥମ ଦିନରେ ସେ ବରଗଡର ଅତାବିରା ବ୍ଲକ, ଭେଡେନ୍ ବ୍ଲକ ଏବଂ ବରଗଡ଼ ବ୍ଲକ ପରିଦର୍ଶନ କରିବା ସହ ମିଶନ ଶକ୍ତିର ମାମାନଙ୍କ ଅଭିବୃଦ୍ଧି କିପରି ହେବ ସେନେଇ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି ମିଶନ ଶକ୍ତି ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସି ପାତ୍ର । ପ୍ରଥମ ଦିନରେ ସେ ଜିଲ୍ଲାର ଅତାବିରା, ଭେଡେନ, ବରଗଡ଼ ବ୍ଲକ ବୁଲି ମିଶନଶକ୍ତି ମାଆମାନଙ୍କ ସହ ଆଲୋଚନା କରିଥିଲେ । ସେମାନେ କିଭଳି ଆହୁରୀ ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଲୋଚନା କରିଛନ୍ତି । ଆଜି ମଧ୍ୟ ଅନ୍ୟ ବ୍ଲକଗୁଡିକୁ ଯାଇ ସେଠାରେ ମିଶନ ଶକ୍ତି ଗୋଷ୍ଠୀ ମହିଳାମାନଙ୍କ ସହ ଆଲୋଚନା କରିବେ ।
ଏହାମଧ୍ୟ ପଢନ୍ତୁ..ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ, ଭିଡିଓ ଭାଇରାଲ
ତେବେ ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ପରିଚାଳିତ ମିଶନ ଶକ୍ତି କାଫେ କିପରି ଚାଲିଛି, ଏହାର କଣ ସମସ୍ୟା ରହିଛି ଓ ସେହି ସମସ୍ୟାର ନିରାକରଣ ପାଇଁ କଣ କରାଯାଇପାରିବ ତାହାର ସମୀକ୍ଷା କରିବା ସହ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ ମିଶନ ଶକ୍ତିର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ଜରିଆରେ ମହିଳାମାନଙ୍କୁ ସ୍କୁଟର ପ୍ରଦାନ କରାଯାଇଥିବା ଦ୍ଵାରା ଅନେକ ମହିଳା ଉପକୃତ ହୋଇଥିବା ଏବଂ ପରିବହନରେ ଖର୍ଚ୍ଚ କମି ଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମିଶନ ଶକ୍ତି କାଫେର ମହିଳାମାନେ । ତେବେ ଚାରି ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ବରଗଡ ଜିଲ୍ଲାର ବିଭିନ୍ନ କାଫେ ବୁଲି ମିଶନ ଶକ୍ତିର ସଫଳ କାର୍ଯ୍ୟକାରିତାକୁ ଦେଖି ବେଶ ଖୁସି ହୋଇଥିଲେ ।
ତେବେ କିଛି ଦିନ ପୂର୍ବେ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ସେହି ସମୟରେ ସେ ବରଗଡ ସହରରେ ମିଶନ ଶକ୍ତିର ମାଆମାନଙ୍କ ସ୍ଵାବଲମ୍ବୀ ପାଇଁ ମିଶନ ଶକ୍ତି କାଫେ ଉଦ୍ଘାଟନ କରିବା ସହିତ SHG ମହିଳାଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ଖୋଲାଯାଇଥିବା "ସର୍ବାଣି"କୁ ଉଦଘାଟନ କରିଥିଲେ ।
ଇଟିଭି ଭାରତ, ବରଗଡ଼