ବରଗଡ : ପୋଲିସ କର୍ମଚାରୀଙ୍କ ଘରୁ ଚୋରୀ । ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଉଠାଇଲେ ଚୋର । ଏପରି ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ । ବରପାଲିର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ପ୍ରମୋଦିନୀ ଦୋରାଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ,ସୂଚନା ଅନୁଯାୟୀ ବରପାଲି ୧ ନମ୍ବର ୱାର୍ଡ କୁଷ୍ଠାବନ୍ଧପଡାରେ ରହୁଥିବା ପ୍ରଫୁଲ୍ଲ ଦୋରା ଓ ତାଙ୍କ ସ୍ତ୍ରୀ ପ୍ରମୋଦିନୀ କୌଣସି ଏକ କାମ ପାଇଁ ବାହାରକୁ ଯାଇଥିଲେ । ହେଲେ ଏହି ସମୟରେ ଚୋରମାନେ ଘରର ମୁଖ୍ୟ କବାଟରେ ଲାଗିଥିବା ତାଲା ଭାଙ୍ଗି ଘରେ ପଶି ଯାଇଥିଲେ । ଘରେ ଥିବା 6 ଭରି ସୁନା , 10 ଭରି ରୁପା ସହ ନଗଦ 1 ଲକ୍ଷ 30 ହଜାର ଟଙ୍କା ଚୋରୀ କରି ନେଇଥିଲେ ।